Related Stories
November 23, 2024
ମାଲକାନଗିରି– ସରକାରଙ୍କ ନିୟମ ଅନୁଯାୟୀ ଭୋଟର କାର୍ଡ ଲୋକଙ୍କ ପରିଚୟ ପତ୍ର । ଏହା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସେବା ଓ ସୁଯୋଗ ମିଳିଥାଏ। କିନ୍ତୁ ଏହି ଭୋଟର ପରିଚିୟ ପତ୍ର ଲୋକଙ୍କୁ ମିଳିବା ବଦଳରେ ପଡିଛି ଅଳିଆ ଗଦାରେ । ତାହାବି ଗୋଟିଏ କି ଦୁଇଟି ନୁହେଁ । ଏପରି ପ୍ରାୟ ପଚାଶ ରୁ ଅଧିକ ପରିଚୟ ପତ୍ର ମାଲକାନଗିରି ଜିଲ୍ଲା ବାଲିମେଳା ଏନ ଏ ସି ଅଞ୍ଚଳର ମୁଖ୍ୟ ରାସ୍ତା କଡ଼ ଅଳିଆ ଗଦା ରେ ପଡିଥିବା ଦେଖିବାକୁ ମିଳିଛି । ସୂଚନା ଥାଉକି ଏହି ପରିଚୟ ପତ୍ର ଲୋକ ମାନଙ୍କୁ ନଦେଇ ଅଳିଆ ଗଦାରେ ଫୋପାଡ଼ି ଦିଆଯାଇଛି । ଯାହାକି ଏକ ନିନ୍ଦନୀୟ ଘଟଣା । ସରକାର ସ୍ଥାନୀୟ ଶିକ୍ଷକ ମାନ ଙ୍କୁ ନିୟୋଜିତ କରି ଏହି ଭୋଟର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଦାଇତ୍ୱ ଦେଇଥିଲେ। ମାତ୍ର କିଛି ଅସାଧୁ ଶିକ୍ଷକ ଏହି ପରିଚୟ ପତ୍ର ଲୋକ ଙ୍କୁ ନଦେଇ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ସବୁ ପରିଚୟ ପତ୍ର କୋରକୁଣ୍ଡା ବ୍ଲକ ର ତାରଲାକୋଟା ପାଞ୍ଚୟତ ର ବିଭିନ୍ନ ଗ୍ରାମର ବୋଲି ଜଣାପଡିଛି । ଏହାର ଦାୟିତ୍ବ ରେ କିଏ ଥିଲା ଓ କାହିଁକି ଏହିପରି କାମ କଲେ ସେନେଇ ବର୍ତ୍ତମାନ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି !