
ମାଲକାନଗିରି-ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ନୀଲିଗୁଡା ଗ୍ରାମର ଜଣେ ଲୋକ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଗ୍ରାମର ପଦିଆ ପଡିଆମି ଗତକାଲି ସନ୍ଧ୍ୟାରେ ନିଜ ଜମିରୁ କାମ ସାରି ଘରକୁ ଫେରିବା ପରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ସନ୍ଧ୍ଯା ହୋଇଯିବା ପରେବି ପଦିଆ ଘରକୁ ନଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଆଜି ସକାଳେ ପଦିଆ ର ସ୍ତ୍ରୀ ଭିମେ ପଡିଆମି ଗାଁ ମୁଣ୍ଡ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ସ୍ଵାମୀ ପଦିଆ ର ମୃତ ଦେହ ଭାସୁଥିବା ଦେଖିବାକୁ ପାଇ ଥିଲା। ଏହାପରେ ଭିମେ ଗ୍ରାମବାସୀଙ୍କୁ ଜଣାଇ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଙ୍କ ତତ୍ତ୍ଵାବଧାନରେ ଏଏସ୍ଆଇ ଅମୂଲ୍ୟ କୁମାର ଡୁରକା ଘଟଣା ସ୍ଥଳକୁ ଯାଇ ଶବ ପାଣିରୁ ବାହାର କରି ବ୍ୟବଚ୍ଛେଦ ପାଇଁ କାଲିମେଳା ପଠାଇଥିବା କହିଛନ୍ତି । ଏ ନେଇ ପଡିଆ ଥାନାରେ ୧୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରୀ ରହିଥିବା କୁହାଯାଇଛି। ଅନ୍ୟପଟେ ପଦିଆ ର ମୂର୍ଚ୍ଛା ରୋଗ ଥିବାରୁ ଗାଧୋଇବା ସମୟରେ ପୋଖରୀକୁ ଖସି ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର ଲୋକ ଅନୁମାନ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO