ଭୁବନେଶ୍ୱର– ବ୍ରହ୍ମପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିବା କାରଣରୁ ୧୨ ଜଣଙ୍କୁ ଜୋରିମାନା କରା ଯାଇଛି । ସେମାନଙ୍କ ଠାରୁ ୨୪ ଶହ ଟଙ୍କା ଜୋରିମାନା ଆକାରରେ ଆଦାୟ କରା ଯାଇଛି । ବ୍ରହ୍ମପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ଏହା ବାଦ ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ୬ଟି ମାମଲା ରୁଜୁ ହୋଇଥିବା ବେଳେ ୪୭ ଜଣଙ୍କୁ ଗିରଫ କରା ଯାଇଛି । ୧୨୮ଟି ବାହନକୁ ଚାଲାଣ କରା ଯାଇଥିବା ସେ ସୂଚନା ଦେଇଛନ୍ତି ।