
ମାଲକାନଗିରି-ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଦୁର୍ଗମ ସାନଟେକଗୁଡା ଗ୍ରାମରେ ଅଜଣା ରୋଗରେ ଯାଇଛି ୭ ଗ୍ରାମବାସୀଙ୍କ ଜୀବନ । ଗ୍ରାମରେ ଏହି ଘଟଣାକୁ ନେଇ ଏକ ପ୍ରକାର ଆତଙ୍କ ଖେଳିଯାଇଥିବା ବେଳେ ଗୁଣିଆ ସାଜିଛି ଏକ ମାତ୍ର ସାହା ଭରସା ! କାଲିମେଳା ବ୍ଲକ ଦୂର୍ଗମ ଅଞ୍ଚଳ ଭାବରେ ପରିଚିତ ସାନଟେକଗୁଡା ଗ୍ରାମରେ ୫୨ ଆଦିଵାସୀ ସମ୍ପ୍ରଦାୟ ର ଲୋକେ ବସବାସ କରୁଛନ୍ତି ! ସେମାନଙ୍କ ପାଇଁ ବିଶୁଦ୍ଧ ପାଣି ସାତସପନ ପାଲଟିଛି। ଗ୍ରାମରେ ଥିବା ନଳକୂଅ ପାଣି ପିଇବା ଉପଯୋଗି ନୁହେଁ । ସେଥିରେ ନାଲି ରଙ୍ଗର ଗୋଳିଆ ପାଣି ବାହାରୁଛି । ଲୋକ ମାନେ ବାଧ୍ୟହୋଇ ଏହି ଗୋଳିଆ ପାଣି ପିଇ ମୃତ୍ୟୁମୁଖରେ ପଡୁଥିଵାର ଦେଖିବାକୁ ମିଳିଛି।ଏଥି ସହିତ ଗ୍ରାମବାସୀମାନେ ନିକଟସ୍ଥ ନାଳ ଓ ଝରଣା ପାଣି ମଧ୍ୟ ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରାମରେ ୩ ବର୍ଷ ତଳେ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ହୋଇଥିଲେ ମଧ୍ୟ ତାହା ଏବେ ଅକାମୀ ହୋଇପଡ଼ି ରହିଛି। ଫଳରେ ସାନଟେକଗୁଡା ଗ୍ରାମବାସୀ ବିଶୁଦ୍ଧ ପାଣି ଟୋପାଏ ପାଇପାରୁ ନଥିବାର ଅଭିଯୋଗ କରିଛନ୍ତି। ଏହି ଦୂଷିତ ପାଣି ପିଇ ପ୍ରାୟ ୨ମାସଭିତରେ ୭ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଗଲାଣି। -ସାନଟେକଗୁଡା ଗ୍ରାମରେ ଗତ ୨ମାସ ଭିତରେ ୭ରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଇଥିଲେ ମଧ୍ୟ ଲୋକମାନେ ଏବେ ବି ସଚେତନ ହୋଇନାହାନ୍ତି। ପାଣି ପିଇ ଯଦି କାହାର ଦେହ ଖରାପ ହୁଏ ଗୁଣିଆ ଦ୍ଵାରା ରୋଗୀମାନଙ୍କୁ ଝଢାଫୂଙ୍କା କରା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଲୋକମାନେ ଡ଼ାକ୍ତରଖାନାଯିବା ପରିବର୍ତ୍ତେ ଗୁଣିଆ ନିକଟକୁ ଯିବାର ଦେଖି ବାକୁ ମିଳିଛି।। ଏହି ଗ୍ରାମବାସୀଙ୍କ ନିକଟରେ ଏ ପ୍ରଯ୍ୟନ୍ତ ପହଞ୍ଚି ନାହିଁ ନି କୋଣସି ସରକାରୀ ସଚେତନତା। ଯାହା ଫଳରେ ଏହି ଗ୍ରାମରେ ଲୋକମାନେ ଗୁଣିଗାରେଡି ଉପରେ ଭରସା କରି ଆସୁଛନ୍ତି ।
Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO
