
ମାଲକାନଗିରି-ମାଓବାଦୀଙ୍କ ବର୍ବରତା । ପୁଣି ପୁଣି ଥରେ ରକ୍ତମୁଖା ହୋଇଛନ୍ତି ଲାଲ ବାହିନୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ନିକଟ ଖଜୁରୀ ଗୁଡା ଠାରେ ମାଓବାଦୀ ମାନେ ଜଣଙ୍କୁ ଗଳା କାଟି ହତ୍ୟା କରିବା ସହ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ତେବେ ଆହତମାନଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ମାଓବାଦୀମାନେ ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ଜୋଡା ମ୍ବ ଥାନା ଅନ୍ତର୍ଗତ ଗୋରାସେତୁ ନିକଟସ୍ଥ ପୁଟୁଗନ୍ଧି ପୁରୁଣା ପୋଲ ଠାରେ ସାତ ଟି ବମ କୁ ଉଦ୍ଧାର କରିଥିଲେ ଯବାନ !ଏ ବିଷୟରେ ପୋଲିସକୁ ଖଜୁରୀଗୁଡ଼ାର ଜଣେ ବ୍ୟକ୍ତି ସୂଚନା ଦେଇ ଥିବାର ସନ୍ଦେହ କରିବା ସହ ଗତକାଲି ରାତ୍ର ରେ ପ୍ରାୟ ୩ 0ଜଣ ମାଓବାଦୀ ଖଜୁରୀଗୁଡ଼ା ଗ୍ରାମରେ ପହଞ୍ଚି ଦାସୁ ଖେମୁଣ୍ଡୁ ଙ୍କ ସହ ଅନ୍ୟ ଦୁଇ ଜଣକୁ ଡାକି ନେଇଥିଲେ । ସେମାନଙ୍କ ମଧ୍ୟରୁ ଦାସୁ କୁ ପିଟିପିଟି ହତ୍ୟା କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ନିସ୍ତୁକମାଡ଼ ମାରି ଚେତାବନୀ ଦେଇ ଛାଡି ଦେଇଥିଲେ । ଏହା ପରେ ଘଟଣାସ୍ଥଳରୁ ଚାଲିଯାଇଥିଲେ !ଆଜି ସକାଳୁ ପୋଲିସ ଓ ବିଏସଏଫ ଯବାନ ଘଟଣା ସ୍ଥଳରେ ପହଞ୍ଚି ମାଓବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଛନ୍ତି !ପ୍ରକାଶ ଥାଉକି ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଏକଦା ମାଓବାଦୀଙ୍କ ଲାଲ କରିଡର ଥିବା ସ୍ୱାଭିମାନ ଅଞ୍ଚଳ ରେ ରାସ୍ତାଘାଟ ନିର୍ମାଣ ହେବା ସହ ପୋଲିସ ଥାନା ଓ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ଯୋଗୁଁ ମାଓବାଦୀ ସ୍ଥାନୀୟ ଗ୍ରାମବାସୀଙ୍କ ସମର୍ଥନ ହରାଇବାକୁ ବସିଲେଣି !ଏଥିଯୋଗୁଁ ମାଓବାଦୀ ମାନେ ରକ୍ତ ମୁଖାହୋଇ ନିରୀହ ଲୋକଙ୍କୁ ସୂଚନା ଦାତା ଦର୍ଶାଇ ହତ୍ୟାକରି ଗ୍ରାମ ବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି !
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO