
ଗଞ୍ଜାମ-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଲଗାତାର ଜୁଆଖେଳ ଉପରେ ମାରାଥନ ଚଢ଼ାଉ ଜାରି ରହିଛି।ପାର୍ବଣ ଋତୁ ରେ ଜୁଆଖେଳ କୁ ଏକ ପ୍ରକାର ପରମ୍ପରା ବୋଲି ଅସାଧୁ ଜୁଆଡ଼ି ମାନେ ଧରି ନେଇଛନ୍ତି।ଏହି ଜୁଆଖେଳ ନିଶାରେ ଅନେକ ପରାଜିତ ହୋଇ ଅନେକ ଘର ଉଜୁଡ଼ି ଯିବାର ନମୂନା ମାନ ସମାଜ ରେ ଦେଖିବାକୁ ମିଳିଛି।ପୋଲିସ ପକ୍ଷରୁ ଯଦି ଏପରି ଚଢ଼ାଉ ଜାରି ରହେ ତେବେ ଆଗାମୀ ଦିନରେ ଜୁଆଡ଼ି ଓ ଜୁଆଖେଳ ପରିଚାଳନା କରୁଥିବା ମାଷ୍ଟର ମାନଙ୍କ ନିଦ ହଜିଯିବ ବୋଲି ସାଧାରଣ ଜନତା ମତ ପ୍ରକାଶ କରିଛନ୍ତି। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବାହିନୀ ଗତ ବିଳମ୍ବିତ ରାତି ୧ଘଣ୍ଟ ସମୟରେ ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ ଅନ୍ତର୍ଗତ କାଣ୍ତେସର ଗ୍ରାମରେ ବହୁ ପୂର୍ବରୁ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲେ।ଏହି ଜୁଆଖେଳ ସ୍ଥଳ ରୁ ୬ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୪ହଜାର ୨ଶହ ଟଙ୍କା , ୩ଟି ମୋବାଇଲ, ୪ଟି ବାଇକ ଓ କିଛି ମଦ ବୋତଲ ଜବତ କରିଥିବା ଜଣାପଡ଼ିଛି । ଅନ୍ୟ କିଛି ଜୁଆଡି ଖସି ପଳାଇବାରେ ମଧ୍ୟ ସଫଳ ହୋଇଥିବା ସୂଚନା ମିଳିଛି। ଏ ନେଇ ଦିଗପହଣ୍ଡି ଥାନା କେସ ନଂ.୨୪୩/୨୦ ରେ ମାମଲା ରୁଜୁ କରିଥିବା ଜଣାପଡିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO