

Related Stories
July 4, 2025
ଗଞ୍ଜାମ-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଲଗାତାର ଜୁଆଖେଳ ଉପରେ ମାରାଥନ ଚଢ଼ାଉ ଜାରି ରହିଛି।ପାର୍ବଣ ଋତୁ ରେ ଜୁଆଖେଳ କୁ ଏକ ପ୍ରକାର ପରମ୍ପରା ବୋଲି ଅସାଧୁ ଜୁଆଡ଼ି ମାନେ ଧରି ନେଇଛନ୍ତି।ଏହି ଜୁଆଖେଳ ନିଶାରେ ଅନେକ ପରାଜିତ ହୋଇ ଅନେକ ଘର ଉଜୁଡ଼ି ଯିବାର ନମୂନା ମାନ ସମାଜ ରେ ଦେଖିବାକୁ ମିଳିଛି।ପୋଲିସ ପକ୍ଷରୁ ଯଦି ଏପରି ଚଢ଼ାଉ ଜାରି ରହେ ତେବେ ଆଗାମୀ ଦିନରେ ଜୁଆଡ଼ି ଓ ଜୁଆଖେଳ ପରିଚାଳନା କରୁଥିବା ମାଷ୍ଟର ମାନଙ୍କ ନିଦ ହଜିଯିବ ବୋଲି ସାଧାରଣ ଜନତା ମତ ପ୍ରକାଶ କରିଛନ୍ତି। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବାହିନୀ ଗତ ବିଳମ୍ବିତ ରାତି ୧ଘଣ୍ଟ ସମୟରେ ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ ଅନ୍ତର୍ଗତ କାଣ୍ତେସର ଗ୍ରାମରେ ବହୁ ପୂର୍ବରୁ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲେ।ଏହି ଜୁଆଖେଳ ସ୍ଥଳ ରୁ ୬ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୪ହଜାର ୨ଶହ ଟଙ୍କା , ୩ଟି ମୋବାଇଲ, ୪ଟି ବାଇକ ଓ କିଛି ମଦ ବୋତଲ ଜବତ କରିଥିବା ଜଣାପଡ଼ିଛି । ଅନ୍ୟ କିଛି ଜୁଆଡି ଖସି ପଳାଇବାରେ ମଧ୍ୟ ସଫଳ ହୋଇଥିବା ସୂଚନା ମିଳିଛି। ଏ ନେଇ ଦିଗପହଣ୍ଡି ଥାନା କେସ ନଂ.୨୪୩/୨୦ ରେ ମାମଲା ରୁଜୁ କରିଥିବା ଜଣାପଡିଛି।