-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୩୦୦ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୫,୯୪୪ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୬୯୦୬, ବାଲେଶ୍ୱର ଜିଲ୍ଲାରେ ୯୪୨୩, ବରଗଡ ଜିଲ୍ଲାରେ ୮୦୪୨, ଭଦ୍ରକ ଜିଲ୍ଲାରେ ୬୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୫୯୪୬. ବୌଦ୍ଧ ଜିଲ୍ଲାରେ ୨୩୭୯, କଟକ ଜିଲ୍ଲାରେ ୨୪,୪୨୭, ଦେବଗଡ ଜିଲ୍ଲାରେ ୯୨୪, ଢେଙ୍କାନାଳ ଜିଲ୍ଲାରେ ୪୬୮୩. ଗଜପତି ଜିଲ୍ଲାରେ ୩୭୭୫, ଗଂଜାମ ଜିଲ୍ଲାରେ ୨୦୮୪୯ , ଜଗତସିଂହପୁର ଜିଲ୍ଲାରେ ୬୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦୨୨୮, ଝାରସୁଗୁଡା ଜିଲ୍ଲାରେ ୫୮୨୩, କଳାହାଣ୍ଡି ଜିଲ୍ଲାରେ ୪୫୭୩, କନ୍ଧମାଳ ୫୩୭୭, କେନ୍ଦ୍ରାପଡା ଜିଲ୍ଲାରେ ୬୮୧୩, କେନ୍ଦୁଝର ଜିଲ୍ଲାରେ ୫୫୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୯୫୨ , ମାଲକାନଗିରି ଜିଲ୍ଲାରେ ୪୪୯୪, ମୟୁରଭଂଜ ଜିଲ୍ଲାରେ ୧୦୩୫୯. ନବରଙ୍ଗପୁର ଜିଲ୍ଲାରେ ୪୭୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୬୩୭, ନୂଆପଡା ଜିଲ୍ଲାରେ ୪୮୦୨ , ପୁରୀ ଜିଲ୍ଲାରେ ୧୧,୮୪୩, ରାୟଗଡା ଜିଲ୍ଲାରେ ୭୯୨୫. ସମ୍ବଲପୁର ଜିଲ୍ଲାରେ ୭୫୫୯ . ସୁବର୍ଣପୁର ଜିଲ୍ଲାରେ ୪୧୩୫ ଓ ସୁନ୍ଦରଗଡ ଜିଲ୍ଲାରେ ୯୮୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୦୨୯ ହୋଇଛି ।