କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋସିଆଲ ମିଡ଼ିଆ ଜରିଆରେ ଶ୍ରୀମନ୍ଦିର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲିବାକୁ ଅନୁରୋଧ କରିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ | ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି ଯେ ଗତକାଲି ଆପଣଙ୍କ ପୁରୀ ଗସ୍ତ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା ସମୟ ର ଫଟୋ ଦେଖି ମୁଁ
ଖୁସି ହେଲି ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଅଛି । ଆପଣଙ୍କ ସହ ଆସିଥିବା ପୋଲିସ କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସଂଖ୍ୟା ବିଷୟରେ ମଧ୍ୟ ମୁଁ ଅବଗତ ଅଛି । ଏହା ଯେପରି ଶୃଙ୍ଖଳିତ ଭାବରେ ଆୟୋଜନ କରାଯାଇଥିଲା ସେହିପରି ସାଧାରଣ ଭକ୍ତଙ୍କ ପାଇଁ କରୋନା କଟକଣା କୁ ପାଳନ କରି ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିର ଖୋଲିବାକୁ ମୁଁ ଆପଣଙ୍କୁ ବିନୀତ ଅନୁରୋଧ କରୁଛି । ଏହା ଦ୍ଵାରା କରୋନା ଭୟ ରେ ଆତଙ୍କିତ ଭକ୍ତ ମାନେ
ଆଧ୍ୟାତ୍ମିକ ଚେତନା ଲାଭ କରିବେ ଓ ଐଶ୍ଵରିକ ଆଶିର୍ବାଦ ଲାଭ କରି ପାରିବେ । ଦେଶର ଅନ୍ୟ ପ୍ରମୂଖ ଦେବାଳୟ ମଧ୍ୟ କରୋନା କଟକଣା ମଧ୍ୟ ରେ ସାଧାରଣ ଭକ୍ତଙ୍କ ପାଇଁ ଖୋଲାଯାଇଛି ତେଣୁ ଶ୍ରୀମନ୍ଦିର ମଧ୍ୟ କଟକଣା ମଧ୍ୟ ରେ ଖୋଲିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।
Related Stories
May 3, 2024