
ମାଲକାନଗିରି-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବିଛିର୍ନାଞ୍ଚଳ ଯୋଡ଼ାମ୍ବ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି !.ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱୟଂ ସହାୟକ ମହିଳା ମାନଙ୍କୁ ସମସ୍ତ ବ୍ୟାଙ୍କ ରେ ଖାତା ଖୋଲିବା ସେମାନଙ୍କର ପ୍ରଧାନମନ୍ତ୍ରୀ ଜୀବିକା ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ କରାଗଲା,ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ନିମନ୍ତେ ବ୍ୟାଙ୍କ ସହ ଯୋଗାଯୋଗ କରାଗଲା, !ସମସ୍ତ ଗୋଷ୍ଠୀ କିଭଳି ବ୍ୟାଙ୍କ ରୁ ଋଣ ନେଇ ନିଜେ ଆତ୍ମନିର୍ଭର ଶିଳହେବେ ସେ ଉପରେ ମହିଳା ମାନଙ୍କୁ ପରାମର୍ଶ ଦିଆଯାଇଥିଲା ! ଓଡିଶା ଜୀବିକା ମିଶନ ପ୍ରୟାସ ରେ ପ୍ରତି ପଞ୍ଚାୟତ ଗାଁ ମାନଙ୍କରେ ସିଏସପି ବ୍ୟାଙ୍କ କେନ୍ଦ୍ର ଖୋଲାଯାଇ ତାହା ମାଧ୍ୟମରେ ଟଙ୍କା ଜମା, ଉଠାଣ,ଋଣ ଉଠାଣ, ଋଣ ପରିଶୋଧ, ନୂଆ ଖାତା ଖୋଲିବା, ଇନସୁରାନସ କରିବା ଭଳି ବହୁ ବ୍ୟବସ୍ଥା ପାଇ ପାରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା, ! ଜିଲା ପ୍ରଶାସନ ତଥା ଓଡିଶା ଜୀବିକା ମିଶନ ର ଜିଲା ପ୍ରକଳ୍ପ ପରିଚାଳକ ପବିତ୍ର ମୋହନ ବରୁଆ ଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ବିପିଏମ ପର୍ଶୁରାମ ବେହେରା ଓ ବିଏଲସି ସୋମନାଥ କୁମ୍ଭାରଙ୍କ ତଥା ଚିତ୍ରକୋଣ୍ଡା ମିଶନ ଶକ୍ତି ସଂଯୋଜକ ରବୀନ୍ଦ୍ର କୁମାର ଭୂୟାଁ ଉଦ୍ୟମ ଓ ପରିଚାଳନାରେ ପ୍ରତି ପଞ୍ଚାୟତ କାର୍ଯ୍ୟରତ ଏମବିକେ, ସିଆରପି,ବ୍ୟାଙ୍କ ମିତ୍ର ଙ୍କର ସହଯୋଗ ରେ ଏହି ଆର୍ଥିକ ସହାୟତା କାର୍ଯ୍ୟକ୍ରମ କରାଯାଇଅଛି, ଉକ୍ତ କାର୍ଯ୍ୟକ୍ରମ ଓଡିଶା ଜୀବିକା ମିଶନ ଚିତ୍ରକୋଣ୍ଡା ବ୍ଲକ ସମସ୍ତ ପଞ୍ଚାୟତ ଠାରୁ ଆରମ୍ଭ ହୋଇଛି ! ଗୋଷ୍ଠୀ ମାନେ ନେଉଥିବା ଋଣ ର ସୁ ବିନିଯୋଗ କରି ନିଜେ ନିଜେ ଛୋଟ ଛୋଟ ବ୍ୟବସାୟ କରି ଘର କାମ କରି ଅବସର ସମୟରେ କିଛି କାମ କରି ଦୁଇ ପଇସା ଲାଭ କରି ସ୍ୱାବଲମ୍ବି ହୋଇ ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା.!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO