ମାଲକାନଗିରି-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆଦିବାସୀ ଜନ କଲ୍ୟାଣ ମହାସଂଘ ଆନୁକୂଲ୍ୟରେ, ଆଦିବାସୀ ମହାସଂଘ ର ଜିଲା ସଭାପତି ଘେନୁ ମୁଦୁଲି, ଚିତ୍ରକୋଣ୍ଡା ଆଦିବାସୀ ଜନ କଲ୍ୟାଣ ସମାଜ ର ସଭାପତି ଆନନ୍ଦ ପାଙ୍ଗି ଓ ଚିତ୍ରକୋଣ୍ଡା ଆଦିବାସୀ ସମାଜ ସଙ୍ଘର ସମ୍ପାଦକ ଦ୍ରୁଲଭ ଖିଲ ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ ୧ ୫ ଦଫା ସମ୍ଭଳିତ ଦାବିପତ୍ର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ ଙ୍କୁ ପ୍ରଦାନ କରିଛନ୍ତି !ଉକ୍ତ ଦାବୀ ଗୁଡିକ ମଧ୍ୟରେ -ପ୍ରତି ଗାଁକୁ ପାନୀୟ ଜଳ ପାଇଁ ୱାଟର ସପ୍ଲାଇ ଓ ଟିଉୱଲ ସୁବ୍ୟବସ୍ଥା,, ପ୍ରତି ଗାଁ କୁ ପୋଖରୀ ଓ ଚେକ ଡ୍ୟାମ ନିର୍ମାଣ, ପ୍ରତି ପଞ୍ଚାୟତ କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ, ଗାଁ ଗୁଡିକୁ ରାସ୍ତା ନିର୍ମାଣ ଓ ପୁରୁଣା ରାସ୍ତା ମରାମତି, ବିପିଏଲ କାର୍ଡ ନଥିବା ହିତାଧିକାରୀ ଚି଼ହ୍ନଟ କରି ବିପିଏଲ ତାଲିକା ଭୁକ୍ତ କରିବା, ଯେଉଁ ଲୋକ ମାନେ କାମ କରିବାକୁ ଯୋଗ୍ୟ ସେମାନଙ୍କୁ ଜବ କାର୍ଡ ଦିଆଯାଉ, ବଞ୍ଚିତ ଥିବା ବୁଢ଼ା ବୁଢ଼ୀ ଙ୍କୁ ଭତା ଦିଆଯାଉ, ବିନା କାରଣରେ ଉତ୍ତରାଧିକାରୀ ଙ୍କୁ ବାଦ ଦିଆଯାଉଛି ତାର ସଠିକ ତଦାରଖ କରାଯାଉ, ଯୋଗ୍ୟ ତାଲିକା ରେ ରହି ବଞ୍ଚିତ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକା ଘର ପରିବାରକୁ ତୁରନ୍ତ ଦିଆଯାଉ ଏବଂ ତାହାର ସଠିକ ତଦାରଖ କରି କାର୍ଯ୍ୟକାରି କରାଯାଉ,ସମ୍ପୂର୍ଣ ଘର କରି ବିଲ ପାଇ ନଥିବା ପରିବାର କୁ ସଠିକ ତଦାରଖ କରି ତୁରନ୍ତ ବିଲ ଦିଆଯାଉ, ଯୋଗ୍ୟ ବିଧବା ମହିଳା ଏବଂ ଅସହାୟ ହିତାଧିକାରୀଙ୍କୁ ପରିବାର ମଙ୍ଗଳ ଯୋଜନାରେ କୋଡ଼ିଏ ହଜାର ଟଙ୍କା ଦିଆଯାଉ, ମୋ ବଗିଚା ଯୋଜନାରେ ବ୍ଲକ ରେ ଆଖି ଦୃଷ୍ଟିଆ କାମ ହେଉ ନାହିଁ ବିଭିନ୍ନ କୃଷି ଜାତ ଦ୍ରବ୍ୟ ରୁ ବଞ୍ଚିତ ହେଉଛନ୍ତି ତାହାର ତଦାରଖ କରାଯାଉ, ବ୍ଲକରେ ଥିବା ସମସ୍ତ ଉନୟନ୍ନ ମୂଳକ କାର୍ଯ୍ୟ ତଥା ଯୋଜନା ସମ୍ପର୍କରେ ଗାଁ ଗାଁ ରେ ପ୍ରଚାର କ ରାଯାଉ, ଦାଦନ ଶ୍ରମିକ ଓ ବେକାରୀ ସମସ୍ୟା ଉପରେ ଧ୍ୟାନ ଦିଆଯାଇ ଥଇଥାନ କରାଯାଉ, ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ଉପରେ ଅବନତି ଘଟୁଛି ତାର ସଠିକ ସୁପରିଚାଳନା କରାଯାଉ, ପ୍ରତି ଉନୟନ୍ନ କାମକୁ ବାହାର ଠିକାଦାର ଙ୍କୁ ନଦେଇ ନିଜ ପଞ୍ଚାୟତ ଲୋକଙ୍କୁ ଦିଆଯାଉ, ଆଦିବାସୀ ସମାଜ ବ୍ଲକ କମିଟି ର ବିନା ଅନୁମତିରେ କୌଣସି ଲୋକଙ୍କୁ କାର୍ଯ୍ୟ ଦିଆ ନଯାଉ, ଉକ୍ତ ଦାବି ପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରାଯିବା ସହିତ ଚିତ୍ରକୋଣ୍ଡା ଆଦିବାସୀ କଲ୍ୟାଣ ସମାଜ ଏକ ଘଣ୍ଟା ଆଲୋଚନା କରିଥିଲେ !
Related Stories
November 23, 2024