
ବ୍ରହ୍ମପୁର:ଦଶହରା ଓ କୁମାରପୁର୍ଣିମା ସମୟରେ ଆସିକା ଥାନା ଇଲାକାରେ ଯଦି କୌଣସି ବ୍ୟକ୍ତି ଦାଦା ବଟି ଓ ଚାନ୍ଦା ଆଦାୟ କରିବାର ନଜରକୁ ଆସେ ତେବେ ପୋଲିସ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।ଦଶହରା ଓ କୁମାର ପୂର୍ଣ୍ଣିମା କୁ ଦୃଷ୍ଟିରେ ରଖି ଆସିକା ଥାନା ପରିସର ଭୁକ୍ତ ଅଂଚଳରେ 24 ଘଣ୍ଟିଆ ସଶସ୍ତ୍ର ପୋଲିସ ଫୋର୍ସ ପେଟ୍ରୋଲିଂ କରୁଥିବା ବେଳେ କୁମ୍ଭାର ସାହି ଛକ, ମହାତ୍ମା ଗାନ୍ଧୀ ରୋଡ,ଲଷ୍ମୀ ବଜ଼ାର, ବିନାୟକ ବଜାର,ବିଜୁ patnaik ଛକ ଅଂଚଳରେ ପୋଲିସ ମୃତୟନ ଥିଲାବେଳେ college ଛକ ଓ ଚାରିମାଇଲି ଛକ ଇଲାକାରେ ଚେକିଂ ଜୋରଦାର କରାଯାଉଥିବା ଲକ୍ଷ କରାଯାଇଛି ।ପାର୍ବଣ ସମୟରେ dadabati ଓ ଚାନ୍ଦା ଅଦାୟକୁ ରୋକିବା ପାଇଁ ଆସିକା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ସଚେତନ ନାଗରିକ ମହଲରେ ସ୍ୱାଗତ କରାଯାଉଥିଲା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଅପରାଧୀ ଗୋଷ୍ଟି,dadabati ଓ ଚାନ୍ଦା ଅଦାୟକରି ଗୋଷ୍ଟି ଛାନିଆ ହୋଇ ପଡ଼ିଥିବା ଲକ୍ଷ କରାଯାଇଛି ।ଦଶହରା ଓ କୁମାର ପୂର୍ଣ୍ଣିମା ସମୟରେ ଯଦି କେହି ଦାଦା ବଟି କିମ୍ବା ଚାନ୍ଦା ଦାବି କରେ ତେବେ mobile ନମ୍ବର 9437415483 କିମ୍ବା 9438916721 କୁ ନିର୍ଭୟ ରେ ବିନା ସଙ୍କୋଚରେ ଯୋଗାଯୋଗ କରିବାକୁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO