ଭଞ୍ଜନଗର, ରାଜ୍ୟ ବିପର୍ୟ୍ଯୟ ପରିଚାଳନା ବିଭାଗର ସୂଚନା ମୁତାବକ ଆଗାମୀ 19 ଏଵଂ 20 ତାରିଖରେ ଗଞ୍ଜାମ ଜିଲ୍ଲାରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହାକୁ ଦୁଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି | ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଭଞ୍ଜନଗର ଉପଖଣ୍ଡ ର ଧରାକୋଟ ବ୍ଲକ ର ଜାନିବିଲି ଏଵଂ ଏହାର ଆଖପାଖ ନଦୀ ତଳିଆ ଅଂଚଳ ବୁଲି ଦେଖିବା ସହ ଜାହାଡ଼ ରେ ଥିବା ବନ୍ୟା ଆଶ୍ରୟ ସ୍ଥଳୀ ବୁଲି ଦେଖିଛନ୍ତି | ବିଡିଓ ଏଵଂ ତହସିଲଦାର ମାନଙ୍କୁ ସଜାଗ ରହିବାକୁ ଉପଜିଲ୍ଲାପାଳ କହିଛନ୍ତି | ସାଥିରେ ବିଡିଓ ବି .ଗଡ଼ନାୟକ ଏଵଂ ତହସିଲଦାର କବିରାଜ ପ୍ରଧାନ ଉପସ୍ଥିତ ଥିଲେ |
Related Stories
November 23, 2024