ଭୁବନେଶ୍ୱର– ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍ରୁ ସିଲ ହଟିଛି । ସିଲ୍ ହେବାର ୮ ଦିନ ପରେ ଆଜି ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ କୋବିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଗତ ୧୦ ତାରିଖରେ ସାଂସଦଙ୍କ ଅଫିସ୍ ୧୫ ଦିନ ପାଇଁ ସିଲ୍ କରିଥିଲା ଈଗଉ । କିନ୍ତୁ ଆଜି ୮ ଦିନରେ ଖୋଲିଛି ଅଫିସ୍ । ଏହାକୁ ବେଆଇନ ବୋଲି କହି ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ବିଜେଡି କା ର୍ଯ୍ୟାଳୟ କେବେ ସିଲ ହେବେ ବୋଲି ପ୍ରଶ୍ନ କରିଥିଲେ ।