
ବାରିପଦା– ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲଟିର ସଫେଇ କର୍ମଚାରୀ କୁନା ବେହେରା (୩୦) ପ୍ରତ୍ୟେକ ଦିନ ଭଳି ଆଜି ପୌରପରିଷଦରେ ସଫେଇ କରୁଥିବା ବେଳେ ତାଙ୍କ ମୁଣ୍ଡ ଉପରେ ଏକ ବରଗଛର ଡାଳ ଭାଙ୍ଗି ପଡ଼ିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୁନାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ରାଇରଙ୍ଗପୁର ହସ୍ପିଟାଲକୁ ନିଆଯାଇଥିଲା ; ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ, ଆଗକୁ ପାର୍ବଣ ଋତୁ । ରାଇରଙ୍ଗପୁର ପୌରାଞ୍ଚଳ ତରଫରୁ ପୌରପରିଷଦ ପାରିପାର୍ଶ୍ବିକ ପରିବେଶକୁ ପରିଷ୍କାର ପରିଛନ୍ନ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ମ୍ୟୁନିସିପାଲଟିର ସଫେଇ କର୍ମଚାରୀ କୁନା ପୁରାଣାଘାଟିଠାରେ ସଫେଇ କରୁଥିବା ବେଳେ ନିକଟରେ ଥିବା ବରଗଛ ଡାଳ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା ବୋଲି ମୃତକଙ୍କ ସ୍ତ୍ରୀ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଓ ଶବକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇ ଦିଆଯାଇଛି । କୁନାର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି । ପୌର ପ୍ରଶାସନିକ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO