
ଭୁବନେଶ୍ୱର– ବିଜେଡି ପକ୍ଷରୁ ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଆଜି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରା ଯାଇଛି ।
ଏହି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରହିଥିବା ବେଳେ ଏଥିରେ ୨ ଜଣ ମହିଳା ଅଛନ୍ତି । ରାଜ୍ୟ ସରକାରେ ଥିବା ମନ୍ତ୍ରୀ ମାନଙ୍କୁ ମଧ୍ୟ ଏଥିରେ ସ୍ଥାନ ମିଳିଛି । ଏଥିରେ ମନ୍ତ୍ରୀ ପ୍ରତାପ ଜେନା, ନବ କିଶୋର ଦାସ, ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାଶ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ସୁଶାନ୍ତ ସିଂ ଓ ସୁଦାମ୍ ମାରାଣ୍ଡି ଆଦି ନେତା ରହିଛନ୍ତି ।
ସେହିପରି ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ କେଶରୀ ଦେବ ମଧ୍ୟ ଷ୍ଟାର ପ୍ରଚାରକ ଭାବେ ମନୋନୀତ ହୋଇଛନ୍ତି । ସାଂସଦ ରାଜଶ୍ରୀ ମଲ୍ଲିକ ଓ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ବି ଏହି ତାଲିକାରେ ରହିଛନ୍ତି ।
ସେହିପରି ଷ୍ଟାର ପ୍ରଚାରକ ତାଲିକାରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ, କୁନା ତ୍ରିପାଠୀଙ୍କ ଭଳି ଚିତ୍ରତାରକାଙ୍କ ନାମ ରହିଛି ।