ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାର ୪ ଜଣ, କଟକ ଓ ସୁନ୍ଦରଗଡ ଜିଲ୍ଲାର ୩-୩ ଜଣ ଅଛନ୍ତି । ଗଂଜାମ ଜିଲ୍ଲାର ୨ ଜଣ ସେହିପରି ନୟାଗଡ. ଯାଜପୁର ବାଲେଶ୍ୱର, ବୌଦ୍ଧ, କଳାହାଣ୍ଡି, ଜିଲ୍ଲାର ଜଣେ ଜଣେ ଅଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ କଟକ ଜିଲ୍ଲାର ଜଣେ ୬୦ ବର୍ଷୀୟ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ଘଟିଛି । ନୟାଗଡ ଜିଲ୍ଲାର ଜଣେ ୫୭ ବର୍ଷୀୟ ମହିଳା କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । କଟକ ଜିଲ୍ଲାର ଜଣେ ୭୦ ବର୍ଷୀୟ କରୋନା ଆକ୍ରାନ୍ତ ମହିଳା ମୃତ୍ୟୁବରଣ କରିଛନ୍ତି । କଟକ ଜିଲ୍ଲାର ଜଣେ ୨୮ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ମୃତ୍ୟୁବରଣ କରିଛନ୍ତି । ଯାଜପୁର ଜିଲ୍ଲାର ଜଣେ ୮୫ ବର୍ଷୀୟ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ବାଲେଶ୍ୱର ଜିଲ୍ଲାର ୫୫ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ । ଭୁବନେଶ୍ୱରର ଜଣେ ୪୯ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଭୁୂୂୂବନେଶ୍ୱରର ଜଣେ ୭୨ ବର୍ଷୀୟ କୋରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱରର ଜଣେ ୪୨ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱରର ଜଣେ ୭୭ ବର୍ଷୀୟ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ଘଟିଛି ।
ସୁନ୍ଦରଗଡ ଜିଲ୍ଲାର ଜଣେ ୫୮ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ମୃତ୍ୟୁ ଘଟିଛି । ବୌଦ୍ଧ ଜିଲ୍ଲାର ଜଣେ ୫୫ ବର୍ଷୀୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
କଳାହାଣ୍ଡି ଜିଲ୍ଲାର ଜଣେ ୭୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ରାଉରକେଲାର ଜଣେ ୬୯ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲ୍ଲାର ଜଣେ ୩୬ ବର୍ଷୀୟ ମହିଳା କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାର ଜଣେ ୫୦ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାର ଜଣେ ୬୦ ବର୍ଷୀୟ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି ।