

Related Stories
June 21, 2025
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ସାର୍ବସାଧାରଣ ଏବଂ ଭକ୍ତ ମାନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ବିଚାର ବିମର୍ଶ ପ୍ରକ୍ରିୟାର ଚତୁର୍ଥ ଦିବସ ତା ୧୪.୧୦.୨୦୨୦ ରିଖ (ବୁଧବାର) ଦିବା ୧.୦୦ ଘଣ୍ଟା ସମୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ମହୋଦୟ ଆଠ ‘ ଗୋଟି ନିଯୋଗ ର ସଭାପତି , ସମ୍ପାଦକ ଏବଂ ମୁକ୍ତି ମଣ୍ଡପ ପଣ୍ଡିତ ସଭା ର କାର୍ଯ୍ୟକାରୀ ସଭାପତିଙ୍କ ସମେତ ଉକ୍ତ ନିଯୋଗ ମାନଙ୍କର ଅନ୍ୟାନ୍ୟ ବରିଷ୍ଠ ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପାଇଁ ଉପସ୍ଥିତ ଥିବା ନିଯୋଗ ମାନେ ହେଲେ , ଦଇତାପତି ନିଯୋଗ , ସୁଦ୍ଧ- ସୁଆର ନିଯୋଗ,ମୁଦୁଲି ନିଯୋଗ ,ଘଟୁଆରୀ ନିଯୋଗ, ମହାସୁଆର ନିଯୋଗ, ଚୁନାରା ନିଯୋଗ,ପାଣିଆପଟ ନିଯୋଗ,ଏବଂ ଅଖଣ୍ଡ ମେକାପ ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟ,ଶ୍ରୀମନ୍ଦିର ପ୍ରଶାସକ (ନୀତି), ଶ୍ରୀମନ୍ଦିର ପ୍ରଶାସକ(ଉନୟନ) ଉପସ୍ଥିତ ଥିଲେ । ଆସନ୍ତା କାଲି ତା୧୫.୧୦.୨୦୨୦ ରିଖ ମତାମତ ସଂଗ୍ରହ ପାଇଁ ସହରର ବରିଷ୍ଠ ନାଗରିକ ,ଶିକ୍ଷାବିତ , ଏବଂ ଆଇନଜୀବି ମାନଙ୍କ ଠାରୁ ସେମାନଙ୍କ ମତାମତ ସଂଗ୍ରହ କାର୍ଯ୍ୟକର୍ମ ରହିଛି।