
ମାଲକାନଗିରି-ଛୋଟିଆ ନଦୀ ଯାହା ବିଛିନ୍ନ କରୁଥିଲା ଗାଁ କୁ ଗାଁ ଠୁ ।କିନ୍ତୁ ଏବେ ସେ ବିଛିନ୍ନ ଏବେ ଦୂର ହେଇଯାଇଛି।ଠିକ ବର୍ଷେ ତଳେ ବିଭିନ୍ନ ଗଣମାଧ୍ୟମ ରେ “ସାର କେମିତି ଯିବୁ ସ୍କୁଲ” ଶୀର୍ଷକ ରେ କୁନି କୁନି ପିଲାଙ୍କ ସ୍କୁଲ ଯାତାୟାତ ର ଯନ୍ତ୍ରଣା ଓ ଗାଁ ଲୋକଙ୍କ ସମସ୍ୟା ସମ୍ପର୍କରେ ଖବର ବାହାରିଥିଲା ! ଠିକ ବର୍ଷକ ପରେ ଆଜି ସେ ଯନ୍ତ୍ରଣା ଦୂର ହୋଇ ପାରିଛି !ଖଇରପୁଟ ବ୍ଲକ ଗାଦବାପ ଡା ସହ ଅନ୍ୟ ତିନୋଟି ଗାଁ ର ପିଲାମାନେ ସ୍କୁଲ ଯାତାୟାତ କରିବାର ଯନ୍ତ୍ରଣା।ଆଉ ବର୍ଣ୍ଣନା କରିଥିଲେ ଯେ କିଭଳି ଅସୁବିଧା ର ସମ୍ମୁଖୀନ ହେଉଥିଲେ ଏହି ୪ ଟି ଗାଁ ର ଗ୍ରାମବାସୀ।ହେଲେ ଏବେକାର ଦୃଶ୍ୟ କିଛି ଅଲଗା।ଠିକ ବର୍ଷକ ତଳେ ଗ୍ରାମବାସୀଙ୍କ ସହ ନଦୀ ପାର ହେବା ପାଇଁ ଅସହ୍ୟ କଷ୍ଟ ସ୍ୱୀକାର କରୁଥିଲେ ଛୋଟ କୁନି ପିଲା ହାତ କୁ ହାତ ଧରି ନଦୀ ଏ ପାର ରୁ ଆର ପାରି ହେଉ ଥିଲେ ।କିନ୍ତୁ ଠିକ ବର୍ଷକ ପରେ ଏହି ଦୃଶ୍ୟ କିଛି ଅଲଗା।ଏବେ ଗୋଟିଏ୫ 0 ଲକ୍ଷ ଏବଂ ଆଉ ଗୋଟିଏ ୨ 0 ଲକ୍ଷ ଟଙ୍କା ବିନିମୟ ରେ ଜିଲ୍ଲା ସମନ୍ୱିତ ଆଦିବାସୀ ଉନୟନ୍ନ ସଂସ୍ଥା ପକ୍ଷରୁ ଏଠାରେ ଦୁଇଟି ବ୍ରିଜ ନିର୍ମାଣ କରାଯାଇଛି ! ଖଇରପୁଟ ବ୍ଲକ ବଡଡୁରାଲ ପଞ୍ଚାୟତ ର ଗାଦ ବାପଡା ଠାରୁ ଦଳପତିପୁଟ,ଭାଲୁପଡା, ଜୟନ୍ତୀଗିରି ଏହି ୩ ଟି ଗାଁ ସମ୍ପୂର୍ଣ୍ଣ ରୂପେ ବିଛିନ୍ନ ଥିଲେ ଏହି ଛୋଟିଆ ନଦୀ ଯୋଗୁଁ !କିନ୍ତୁ ଏବେ ଦୁଇ ଦୁଇ ଟି ବ୍ରିଜ ନିର୍ମାଣ ହୋଇଯାଇଥିବା ଯୋଗୁଁ ଏବେ ବେଶ ଖୁଶି ଜାହିର କରିଛନ୍ତି ଗ୍ରାମବାସୀ।ଉଚ୍ଚ ଶିକ୍ଷା ପାଇଁ ଏହି ୩ ଟି ଗାଁର ପିଲାମାନେ ଗାଦବା ପଡା ସ୍କୁଲ ଓ ଏହି ଗାଁ ଦେଇ ବିଭିନ ଗାଁ କୁ ଯାଆନ୍ତି ପାଠ ପଢିବା ପାଇଁ ଛାତ୍ର ଛାତ୍ରୀ।ତେବେ ସେ ସମସ୍ୟା ଏବେ ଆଉ ନାହିଁ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO