ଗଞ୍ଜାମ– ପୂର୍ତ୍ତ ବିଭାଗ ଅଧିନସ୍ଥ ବେଗୁନିଆପଡା ଠାରୁ ଅଙ୍ଗାର ଗାଁ ରାସ୍ତାର ସୌରl ଛଚିନା ନିକଟସ୍ଥ ଗଡାନାଳ ରାସ୍ତା l ଗୋଟିଏ ପଟେ ବିରାଟ ହଜ ସହ ଅନ୍ୟ ପଟରେ ଗଭୀର ଖାଲ l ପ୍ରବଳ ବର୍ଷା ହେଲେ ହଜରୁ ପାଣି ସେହି ପୂର୍ତ୍ତ ବିଭାଗ ରାସ୍ତା ଉପର ଦେଇ ପାଣି ଆରପଟ କଲଭର୍ଟକୁ ଚାଲିଯାଏ l ରାସ୍ତାର ଏହା ଏକ ଗଡ଼lଣି ହୋଇଥିବା ବେଳେ ଏହି ସ୍ଥାନରେ ନା ଜଳସେଚନ ବିଭାଗ ପୋଲ ଦେଇ ରାସ୍ତା ନିର୍ମାଣ କରୁଛନ୍ତି ନା ପୂର୍ତ୍ତ ବିଭାଗ ଦୁଇ ପାର୍ଶ୍ୱରେ ଗାର୍ଡୱାଲ ନିର୍ମାଣ କରୁଛନ୍ତି l ବିଗତ କିଛି ବର୍ଷ ହେଲା ଏହି ସ୍ଥାନରେ 30 ରୁ ଉର୍ଧ୍ଵ ଲୋକ ଗୁରୁତର ଆହତ ହୋଇଥିବା ବେଳେ 10 ରୁ ଉର୍ଦ୍ଧ୍ବ ଲୋକଙ୍କର ପ୍ରାଣହାନି ଘଟିଛି l ପୂର୍ତ୍ତ ବିଭାଗରେ ଏ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଫଳ ଶୁନ୍ l ଏହି ରାସ୍ତା ବାରମ୍ବାର ମରାମତିରେ ଅର୍ଥ ଶ୍ରାଦ୍ଧ ହେଉଥିଲେବି ଏହାର ସମାଧାନ ହୋଇ ପାରୁନି l ବିଭାଗୀୟ ଅବହେଳା ଯୋଗୁଁ ନିରୀହ ଲୋକଙ୍କ ଜୀବନ ଅକାଳରେ ଯାଉଥିବା ବେଳେ ବିଭାଗ ନିଦ୍ରାରେ ଶୋଇଛି l
ଅପରପକ୍ଷରେ ମଠ ବରିଡା ସ୍ଥିତ ମା ଜାଡି ଠାକୁରାଣୀ ସମ୍ମୁଖରେ ଥିବା ପୂର୍ତ୍ତ ବିଭାଗ ରାସ୍ତାର ଦୁଇ ପାର୍ଶ୍ୱର ଅବସ୍ଥା ମଧ୍ୟ ସେୟା l ଗୋଟିଏ ପଟେ 10 ଫୁଟ ଗଭୀର ତଳେ ଧାନ ବିଲ ସହ ରାସ୍ତାର ଆର ପାଖରେ 4/5 ଫୁଟ ତଳେ ରହିଛି ମା ଙ୍କ ମନ୍ଦିର l ରାସ୍ତାର ଏକ ଶଙ୍ଖ ପରେ ଏହି ବିପଦପୂର୍ଣ୍ଣ ସ୍ଥାନ ଥିବା ବେଳେ ବିପଦରୁ ରକ୍ଷା ପାଇବା ପାଇଁ ବାଉଁଶ ବାଡ କରାଯାଇଛି l ପ୍ରତ୍ୟେକ ଦିନ ବହୁ ଗାଡି ଓ ଲୋକ ଯିବା ଆସିବା କରୁଥିବା ବେଳେ ଏହି ରାସ୍ତାର ଅବ୍ୟବସ୍ଥା ନେଇ ଅସନ୍ତୋଷ ଦେଖା ଦେଇଛି l
ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଏସ. ଏନ୍.ବିଷୋୟୀଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ, ଏହା ନିର୍ମାଣ ପାଇଁ ଅନୁମୋଦନ ସକାଶେ ଉପରିସ୍ଥ ବିଭାଗକୁ ପଠାଯାଇଛି କିନ୍ତୁ ତାହା ଏଯାଏଁ ଆସିନାହିଁ l ଏହା ସହ ମଠ ବରିଡା ନିକଟରେ ଥିବା ରାସ୍ତାର ଅବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିବେ ବୋଲି ପ୍ରକାଶ କରିଛନ୍ତି l ସେପଟେ ଦୀର୍ଘ ବର୍ଷ ହେବ ଏହି ସ୍ଥାନ ଲୋକଙ୍କ ପାଇଁ ମୃତ୍ୟୁ ଯନ୍ତା ପାଲଟିଥିବା ବେଳେ ଏହାକୁ ସମ୍ପୃକ୍ତ ପୂର୍ତ୍ତ ବିଭାଗ ତୁରନ୍ତ ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି l