
ଗଞ୍ଜାମ– ଆସିକା ଵିଜୁ ପଟ୍ଟନାୟକ ଛକ ଠାରେ ଯାତ୍ରୀ ବିଶ୍ରାମଗାରକୁ ଅସ୍ଥାୟୀ କୋଭିଡ ନିୟନ୍ତ୍ରଣ କେନ୍ଦ୍ର ଭାବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବହାର କରାଯାଇଥିବା ବେଳେ, ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ବ୍ୟବସ୍ଥାକୁ କୋହଳ କରିଥିବା ବେଳେ, ଗାଡି ଚଳାଚଳ ଆରମ୍ଭ ହେବା ସହ ଯାତ୍ରୀ ମାନେ ଚଳପ୍ରଚଳ ହେବାର ପରିଲକ୍ଷିତ ହୋଇଛି । କିନ୍ତୁ ଦେଖନ୍ତୁ ଏଇ ଦୃଶ୍ୟ କିଭଳି ଭାବରେ ଯାତ୍ରୀ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ସ୍ଥାନୀୟ ଲୋକମାନଙ୍କର କହିଵା କଥା ଏହି ଯାତ୍ରୀ ବିଶ୍ରାମଗାର ବା କୋଭିଡ ନିୟନ୍ତ୍ରଣ କେନ୍ଦ୍ର ଜୁନ୍ ମାସ ଶେଷ ଠାରୁ ଫାଟକରେ ତାଲା ଝୁଲୁଛି । ବର୍ଷା ଦିନ ହୋଇଥିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏବେ ଦେଖିବାକୁ ବାକି ରହିଲା କେବେ ଏହି ବିଶ୍ରାମଗାରକୁ ସାନିଟାଇଜ୍ କରାଯିବ । ଜନସାଧାରଣଙ୍କୁ ବର୍ଷା ଓ ଖରା ଦାଉରୁ କେବେ ମିଳିବ ଆଶ୍ବସ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO