ସେଠାରେ ଆମକୁ ୨ରୁ ଉର୍ଦ୍ଧ୍ୱ ଘଣ୍ଟା ରଖିଲା ପରେ ଦିନ ୨.୩୦ ସମୟ ରେ P.R Bond ରେ ଦସ୍ତଖତ କରି ଛାଡିଥିଲା। ପୁରୀ ପୋଲିସ ର ଏଭଳି କାର୍ଯ୍ୟ କୁ ବିଜେପି ପୁରୀ ଘୋର ନିନ୍ଦା କରିବା ସହିତ ପୁରୀ ପ୍ରଶାସନ ର କଳା କାରନାମା ପଦାକୁ ଆସିଛି ବୋଲି ବିଜେପି ଦାବି କରୁଛି। ଭଙ୍ଗା ଭାଙ୍ଗି କାର୍ଯ୍ୟ କୌଣସି ନୀତି ଆଧାର ରେ ହେଉନାହିଁ। ପ୍ରଶାସନ ର ଏହା ଅଗଣତାନ୍ତ୍ରିକ କାର୍ଯ୍ୟ। ଜନ ଶୁଣାଣି କେବଳ ଧର୍ମ କୁ ଆଖି ଠାର। ସରକାର ନିଜ ଲୋକଙ୍କୁ ନେଇକି ଏ ଜନ ଶୁଣାଣି କରି ପୁରୀ ଲୋକଙ୍କ ଜମି କୁ ଜୋରଜବରଦସ୍ତି ଅକ୍ତିଆର କରିବା କୁ ଚେଷ୍ଟା କରୁଛି। ଆଗାମୀ ଦିନରେ ରେ ଏହା କୁ ଘୋର ବିରୋଧ କରାଯିବ। ବିଜେପି ପୁରୀ ତରଫରୁ ପ୍ରଭଞ୍ଜନ ମହାପାତ୍ର, ସଞ୍ଜୀବ ମୁଖାର୍ଜୀ, ଉମାକାନ୍ତ ନାୟକ, ଦେବ ପ୍ରସାଦ ସ୍ୱାଇଁ, ସୋମନାଥ ଦାସ, ବିଜୟ ପ୍ରଧାନ, ପ୍ରତାପ କୁମାର ମହାନ୍ତି, ସୁଶାନ୍ତ ପଟ୍ଟନାୟକ, ହରିହର ରଥ, ଜିତୁ ମୋହାନ୍ତି, ବ୍ରଜବନ୍ଧୁ ଦାସ, ଶିବଶଙ୍କର ସ୍ୱାଇଁ, ପ୍ରଦୀପ ପରିଡ଼ା, ଚିତ୍ତରଞ୍ଜନ ବିଶ୍ଵାଳ, ମିଥୁନ ଜେନା, ବିଶ୍ୱଜିତ୍ ମହାନ୍ତି, ଶିବ ନାରାୟଣ ଦାଶ, ଅରୁଣ କୁମାର ତ୍ରିପାଠୀ, ରାଜଶ୍ରୀ ଦୋରା, ଅନିତା ପଟ୍ଟନାୟକ, ଭାସ୍କର ରେଡ୍ଡି, ପଦିଆ ନାୟକ, ଦୁର୍ଗା ପ୍ରସାଦ ପରିଡା, ରଘୁନାଥ ଗୋଚ୍ଛାୟତ, ସ୍ନେହାସିସ୍ ଦାଶ ଏବଂ ଓମ୍ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 23, 2024