Related Stories
November 23, 2024
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟହାର ଦାବୀ ରେ CPIM ର ବିକ୍ଷୋଭ |ଓଡିଶା ବିଦ୍ୟୁତ ନିୟାମକ ଆୟୋଗ କରୋନା ସମୟ ରେ ବିଦ୍ୟୁତ ୟୁନିଟ ପିଛା 20ପଇସା ବୃଦ୍ଧି କରିବା ନିନ୍ଦନୀୟ |ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ କ୍ଷତି ର ଭରଣା ପାଇଁ ଉପଭୋକ୍ତା ଙ୍କ ଉପରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବୋଝ ଲଦିବା ଠିକ ନୁହେଁ | OERC CASE NO 71/20ରେ ଗତ ୨୨/୦୪ /୨୦୨୦ରିଖ ଆଦେଶ ନାମା ମତେ କରୋନା ରେ ଉପୁଜିଥିବା ପରିସ୍ଥିତି ସୁଧାର ନ ଆସିବା ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କ ବୃଦ୍ଧି ହେବ ନାହିଁ | କିନ୍ତୁ OERC ଜନ ଶୁଣାଣି ନ କରି ଏକ ପାଖିଆ ଭାବେ ହଠାତ ଶୁଳ୍କ ବୃଦ୍ଧି କରିବା ବେଆଇନି ଅଟେ |ରାଜ୍ୟରେ ବିତରଣ କାରି ସଂସ୍ଥା ଉପରେ ୬000କୋଟି, ଶିଳ୍ପ ସଂସ୍ଥା ଉପରେ ୨୯୯୪ କୋଟି, ସରକାର ଉପରେ ୨000କୋଟି ବକେୟା ବିଲ ଆଦାୟ ନ କରି ସେହି କ୍ଷତି କୁ ଉପଭୋକ୍ତା ଙ୍କ ଉପରେ ଲଦି ଦେବା ଓ କରୋନା ରେ ବିଦ୍ୟୁତ ଦର ବୃଦ୍ଧି କୁ ବିରୋଧ କରିଛି ସି.ପି. ଆଇ.ଏମ | ଆଜି ବିଦ୍ୟୁତ ଅଫିସ ଆଗରେ ବିକ୍ଷୋଭ ରେ ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ ସେସୁ ର ୧୯୭୫ କୋଟି ଟଙ୍କା ଖାଉଟି ଙ୍କ ଉପରେ ବାକି ଥିଲା ବେଳେ ୫୧ %ଅଂଶ ଧନ କୁ ମାତ୍ର ୧୭୫ କୋଟି ଟଙ୍କା ରେ ଟାଟା ପାୱାର ହାତରେ ଟେକି ଦେବାଜନ ବିରୋଧୀ ବୋଲି କହିଛନ୍ତି |ବିଦ୍ୟୁତ ପରିଚାଳନା ରେ ଅବ୍ୟବସ୍ଥା ଓ ଘରୋଇ କମ୍ପାନୀ ହାତରେ ଟେକି ଦେବା ଯୋଗୁଁ କ୍ଷତି ବଢୁଛି ତେଣୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରିବା ପାଇଁ କନିଷ୍ଟ ଯନ୍ତ୍ରୀ ଙ୍କ ମାଧ୍ୟମରେ ବିଦ୍ୟୁତ ନିୟାମକ ଆୟୋଗ ଅଧକ୍ଷ ଙ୍କୁ ଦାବୀ ପତ୍ର ଦିଆଯାଇଛି | ଅନ୍ୟମାନଙ୍କ ମଧ୍ୟରେ ରଂଜିତ ନାୟକ, ଟୁନା ନାୟକ, ରବି ପ୍ରଧାନ, ବିଭୁତି ରାଉତରାୟ, ବାହାନ ପରିଡା, ପଞ୍ଚାନନ ବେହେରା ପ୍ରମୁଖ ବିକ୍ଷୋଭ କୁ ପରିଚାଳନା କରିଥିଲେ |