
ବେଲଗୁଣ୍ଠା-ବେଲଗୁଣ୍ଠା କଂସାରୀ ସାହି ନିବାସୀ ଉଦୟନାଥ ଦାସଙ୍କ କନିଷ୍ଠ ପୁତ୍ର ତଥା ଯୁବ ଇଞ୍ଜିନିୟର ଅନୁଜ ଦାସ (୩୬)ଙ୍କ ପରଲୋକ ଘଟିଛି ।ସେ ଜଣେ ଇଞ୍ଜିନିୟର ଭାବେ କାନପୁରରେ କାର୍ଯ୍ୟରତ ଥିଲେ ।ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ଭୁବନେଶ୍ୱରରେ ରହି ଏମ୍ସ ରେ ଚିକିତ୍ସିତ ହେଉଥିଲେ ।ସେ କିଛି ଦିନ ହେବ ଗଳା କର୍କଟ ରୋଗରେ ପିଡୀତ ଥିଲେ ।ଗତ ରାତିରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ରାତ୍ର ୧ ବେଳେ ଦେହାନ୍ତ ଘଟିଥିଲା ।ଭୁବନେଶ୍ୱରରୁ ତାଙ୍କ ମରଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ବେଲଗୁଣ୍ଠା ଅଣାଯାଇଥିଲା ।ତାଙ୍କର ୪ ବର୍ଷ ବୟସର ଝିଅଟିଏ ଅଛି ।ସେ ଜଣେ ମେଳାପୀ, ମିଷ୍ଠଭାଷୀ,ପରୋପକାରୀ ଯୁବକ ଥିବାରୁ ତାଙ୍କ ମୃତ୍ୟରେ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ନିଶା,ବାପା ଉଦୟନାଥ,ବଡଭାଇ ଅଶୋକ,ଅକ୍ଷୟ,ଅମର,ଅଶ୍ୱିନୀ, ଭାଉଜ ମାନେ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ର ରୁପେ ନିଜ ସହପାଠୀ ମଧ୍ୟରେ ପରିଚିତଥିଲେ ।ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୯ ମସିହା ଦଶମ ଶ୍ରେଣୀ ବ୍ଯାଚ ତଥା କ୍ଳବ’୯୯ର ସଦସ୍ୟମାନେ ଶୋକପ୍ରକାଶ କରିବା ସହ ଶୋକଶନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।ବେଲଗୁଣ୍ଠା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡଭାଇ ଅଶୋକଙ୍କ ପୁଅ ଅଭିନାଶ ମୁଖାଗ୍ନି ଦେଇଥିଲେ ।ତାଙ୍କ ଶେଷକୃତ୍ୟରେ ପରିବାର ବର୍ଗଙ୍କ ସହ ସହପାଠୀ ରଞ୍ଜିତ,ଭକ୍ତ, ଅଶ୍ୱିନୀ, କାଶୀନାଥ, ସନ୍ତୋଷ, ଅରବିନ୍ଦ,ସୁଶାନ୍ତ, ଭି.ସନ୍ତୋଷ,ପୃଥିବୀ,କୋକ,ସୁଶୀଳ,ଜଗନ୍ନାଥ ଉପସ୍ଥିତ ଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO