
ଉକ୍ତ ସାତୋଟି ବିସ୍ଥାପିତ ପରିବାରର ଏହି ଜମି ସମ୍ପର୍କିତ ମାମଲା 2019 ମସିହାରୁ ନ୍ୟାୟାଳୟରେ ବିଚରାଧୀନ ଥିବା ଜାଣି ଏବଂ ଏହା ଏକ ବିବାଦୀୟ ଜମି ବୋଲି ଅବଗତ ହେବା ପରେ ପ୍ରଶାସନ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି ଯାହାକି ବିଚାରାଧୀନ ଅଛି |ପ୍ରେସ୍ ରିଲିଜ ମାଧ୍ୟମରେ କର ପରିବାରର ସଦସ୍ୟ ମାନେ ଅଭିଯୋଗ କରୁଛନ୍ତି ଯେ ଉକ୍ତ ଜମିକୁ 1945 ମସିହାରେ ବିକ୍ରି କବଲା (ରେଜିଷ୍ଟ୍ରେସନ ସେଲ ଡିଡ଼ )ମାଧ୍ୟମରେ କ୍ରୟ କରିବା ସହିତ ଦୀର୍ଘ ୭୫ ବର୍ଷ କାଳ ଭୋଗ ଦଖଲ କରି ଆବଶ୍ୟକିୟ ଖଜଣା ଓ ଟିକସ ପ୍ରଦାନ କରିଆସୁଛନ୍ତି |ଉପରୋକ୍ତ ସମ୍ପୃକ୍ତ ସମସ୍ତ ପରିବାର ଜିଲ୍ଲା ପ୍ରଶାସନ ର ଏଭଳି ବେଆଇନ କାର୍ଯ୍ୟ କଳାପ ଦ୍ୱାରା ଅତିଷ୍ଠ ଓ ହଇରାଣ ହେଉଥିବାର ଜଣାଯାଇଛି |ଏ ସମ୍ପର୍କରେ ଗଣମାଧ୍ୟମ ଜରିଆରେ ଚିନ୍ତାମଣି କର ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଅଭିଯୋଗ କରିଛନ୍ତି |