ମାଲକାନଗିରି – ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗିରିକାନପଲ୍ଲୀ ପଞ୍ଚାୟତରେ ଦେଖା ଦେଇଛି ଏହିଭଳି ଦୃଶ୍ୟ । ଗତ ଚାରି ପାଞ୍ଚ ବର୍ଷ ଧରି ଏହି ରାସ୍ତାର ମରାମତି ପାଇଁ ବହୁ ଥର ବି.ଡି.ଓ ତଥା ସରପଞ୍ଚ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏ ତାହାର କିଛି ଫଳ ମିଳିପାରି ନାହିଁ । ଉକ୍ତ ପଞ୍ଚାୟତ ରେ ପାଖାପାଖି ୧୦-୧୨ ଗାଁ ର ଲୋକେ ଏହି ରାସ୍ତା ଦେଇ ଚାଉଳ ତଥା ଗହମ ଭଳି ସରକାରୀ ସହାୟତା ଆଣିବା ପାଇଁ ଯାଆନ୍ତି, ହେଲେ ଏହା ନେଇ ଲୋକେ ବହୁ ଥର ପଞ୍ଚାୟତ ରେ ଅଭିଯୋଗ କରିଛନ୍ତି, ହେଲେ ଏବେବି ଏହାର କୌଣସି ପଦକ୍ଷେପ ନିଆଯାଇନାହିଁ । ଆଜି ଏମ.ଭି:- ୯୫ ଗାଁ ଲୋକେ ଚାଉଳ ଆଣିବା ପାଇଁ ଗିରିକାନପଲ୍ଲୀ ଯୋଗାଣ କେନ୍ଦ୍ର କୁ ଏକ ଅଟୋ ଯୋଗେ ଯାଇଥିଲେ, ସେଠାରୁ ଚାଉଳ ନେଇ ଆସିବା ବେଳକୁ ଏକ ବ୍ରିଜ ପାଖରେ ଅଟୋ ଟି ଟଳି ହେଇଯାଉଥିଲା ହେଲେ କୌଣସି ଭାଗ୍ୟବସତ ଗାଡି ଟି ନ ଓଲଟି ଏକ ବଡ଼ ଧରଣର ଦୁର୍ଘଟଣା ରୁ ବଞ୍ଚି ଯାଇଛି । ସୂଚନା ମୁତାବକ ଉକ୍ତ ଗାଡ଼ିରେ କିଛି ଚାଉଳ ସହ ୫ ଜଣ ଲୋକଙ୍କୁ ନେଇ ଡ୍ରାଇଭର ଘରେ ଫେରୁଥିଲେ, ହେଲେ ରାସ୍ତା ଖରାପ ଥିବାରୁ ଏହିପରି ଭୟଙ୍କର ଦୁର୍ଘଟଣା ହେବା ରୁ ଅଳ୍ପକେ ବର୍ତ୍ତିଲେ ସେହି ନିରୀହ ୫ ଜୀବନ । ଲୋକଙ୍କ କହିବା ଅନୁଯାୟୀ କେବଳ ଆଜି ନୁହେଁ ଆଗରେ ମଧ୍ୟ ବହୁ ଗାଡି ଏହି ରାସ୍ତାରେ ମାରାତ୍ମକ ଦୁର୍ଘଟଣା ର ଶିକାର ହେଇଛନ୍ତି । ଲୋକଙ୍କ ଅଭିଯୋଗ ଯେ ଏହି ରାସ୍ତାଟି କୁ ଯଥାଶୀଘ୍ର ମରାମତି କରାଯାଉ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦିଅନ୍ତୁ ଯେପରିକି ଅଞ୍ଚଳବାସୀ ଏହିଭଳି ମାରାତ୍ମକ ଦୁର୍ଘଟଣା ରୁ ନିଜକୁ ସୁରକ୍ଷିତ ରଖିପାରିବେ ।