
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ-ଆଜି ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନରେ ଆସିଥିଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ପୃଷ୍ଟି ଓ ଭେଟେନାରୀ ଡେପୁଟି ଡାଇରେକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ |ସେମାନେ ନିଜେ ଉପସ୍ଥିତ ରହି ଗୋମାତାଙ୍କ ରହିବା ପାଇଁ ସମସ୍ତ ପ୍ରକାର ସୁବିଧା ର ଯାଞ୍ଚ କରିଥିଲେ |ଏବଂ କିଛିଦିନ ପୂର୍ବରୁ ଦୁର୍ବୁତ୍ତ ମାନଙ୍କ ଦ୍ୱାରା ଚୋରାରେ ଚାଲାଣ କରାଯାଉଥିବା କିଛି ଗାଈ ଜବତ କରି ପୁରୀ ସଦର ଥାନା ଅଧିକାରୀ ଗୋଶାଳା ପଠାଇ ଥିଲେ | ସେ ଗାଈ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖି ଥିଲେ |
ଯେପରି ସେମାନଙ୍କ ର କୌଣସି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନ ଦେବାପାଇଁ ଗୋଶାଳା କର୍ମଚାରୀ ମାନଙ୍କୁ ବୁଝାଇ ଥିଲେ |ଗାଈ ମାନଙ୍କ ରହିବା ସ୍ଥାନ ଓ ଏହାର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାପାଇଁ ଉପଦେଶ ଦେଇଥିଲେ |ତାହା ସହିତ ଖାଦ୍ୟ ରହିବା ସ୍ଥାନ, ଜଳର ସୁ ବ୍ୟବସ୍ଥା, ଏବଂ କରେଣ୍ଟ ସଂଯୋଗ ର ସ୍ଥିତି ଯାଞ୍ଚ କରିଥିଲେ |ସେମାନେ ଯାଞ୍ଚ କରିସାରିବା ପରେ ପ୍ରାଣୀ ମାନଙ୍କ ରହିବା ସୁ ବ୍ୟବସ୍ଥା ଦେଖି ନିଜର ଖୁସି ପ୍ରକାଶ କରିଥିଲେ |ସେମାନଙ୍କ ଯାଞ୍ଚ ସମୟରେ ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ମ୍ୟାନେଜର ଦିଲ୍ଲୀପ କୁମାର ମହାନ୍ତି, ହରପ୍ରସାଦ ମହାପାତ୍ର, ମନୋଜ କୁମାର ପଣ୍ଡା, ବିକାଶ କୁମାର ହୋତା, ସର୍ବେଶ୍ୱର ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଗଣେଶ୍ୱର ପଣ୍ଡା, ପିତାମ୍ବର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO