
ବେଲ୍ଲଗୁଣ୍ଠା -ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ କରୋନାରେ ଆକ୍ରାନ୍ତ ଜଣେ ଅଙ୍ଗନବାଡୀ କର୍ମୀ ଙ୍କ ମୃତ୍ୟୁ ଘଟିଛି ।କର୍ମୀ ଜଣଙ୍କ ହେଲେ ବେଲ୍ଲଗୁଣ୍ଠା ବ୍ଲକ ବଡବୋର୍ସିଣ୍ଗ ପଞ୍ଚାୟତ ଡିମିରିପଲ୍ଳୀରେ କାର୍ଯ୍ୟରତ ଅଙ୍ଗନବାଡୀ କର୍ମୀ ପ୍ରିୟଙ୍କା ପ୍ରଧାନ । ପ୍ରିୟଙ୍କା ବେଲ୍ଲଗୁଣ୍ଠା ନିକଟ ବାଣତୂମ୍ବରେ ବିବାହ କରିଥିଲେ । ସ୍ଵାମୀଙ୍କ ସହ ମତାନ୍ତର ପରେ ନିଜ ଦୁଇ ଝିଅକୁ ଧରି ସେ ଅଲଗା ରହୁଥିଲେ । ମା କୁ ହରାଇ ଦୁଇ ଛୋଟ ଝିଅ ବେ ସାହାରା ହେଇଜାଇଛନ୍ତି । ତାଙ୍କ ବୟସ ୩୫ ହୋଇଥିବା ବେଳେ ତାଙ୍କର ଛୋଟ ଛୋଟ ଦୁଇଟି ଝିଅ ଥିବା ଜଣାପଡିଛି ।ସେ ଗତ ଦଶ ବର୍ଷ ଧରି ବେଲଗୁଣ୍ଠା ବ୍ଳକରେ ଅଙ୍ଗନବାଡୀ କର୍ମୀ ଭାବେ ନିୟୋଜିତ ଥିଲେ । ଗତ ସେପ୍ଟେମ୍ବର ମାସ 7 ତାରିଖରେ ଦେହ ଅସୁସ୍ଥ ହେବାରୁ ନିଜର ପରୀକ୍ଷା କରାଇଥିଲେ । 9 ତାରିଖ ଦିନ ରିପୋର୍ଟରେ ସେ କରୋନା ସଂକ୍ରମିତ ଥିବାର ଜଣାପଡିଥିଲା ।ଚିକିତ୍ସା ପାଇଁ ସେ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱର ସ୍ତୀତ ସମ ହସ୍ପିଟାଲ କୁ ଜାଇ ଚିକିଛା କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ସହଯୋଗ ମିଳିନଥିଲା , ଗତକାଲି ସେ ଅଧିକ ଗୁରୁତର ହୋଇପଡିଥିଲେ ଏବଂ ଆଜି ସକାଳ 9-05ରେ ତାଙ୍କର ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ବ୍ଳକ ଅଙ୍ଗନବାଡୀ କର୍ମୀ ତଥା ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ବେଲଗୁଣ୍ଠା ବ୍ଳକ ଅଙ୍ଗନବାଡୀ ସଂଘ ସଭାପତି କବିତା ସାହୁ,ଉପଦେଷ୍ଟା ତଥା ଜଣାଶୁଣା ସମାଜ ସେବୀ କେ.ରବୀନ୍ଦ୍ର କୁମାର ପାତ୍ର,ଅନ୍ୟତମ ଉପଦେଷ୍ଟା ତଥା ବେଲ୍ଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ପ୍ରିୟଙ୍କା କରୋନା ଜୁଧ୍ହରେ ନିୟୋଜିତ ଥିବା ବେଳେ କରୋନାରେ ଆକ୍ରାନ୍ତ ହେଇ ଶେଷରେ ଜୀବନ ଜୁଢ୍ହରେ ହାରିଜାଈଥିଲେ ତେଣୁ ସରକାର ତାଙ୍କୁ କରୋନା ଜୋଧ୍ହା ଘୋଷଣା କରିବା ସହ ତାଙ୍କ ପରିବାରକୁ 50, 00000 , ଖ୍ୟତିପୂରଣ ଦେବାକୁ ଦାବି କରିଛନ୍ତି ,
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO