Related Stories
November 23, 2024
ମାଲକାନଗିରି– ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନା ପଣ୍ଡ କରି ସାଉଁଟିଛନ୍ତି ପ୍ରଶଂସା । ଗତକାଲି କୁମ୍ବିଂ ବେଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା ର ଟେଲମ ଓ ଟେଟମକୁ ସଂଯୋଗ କରୁଥିବା ରାସ୍ତାରୁ ୧୦କେଜିର ଲ୍ୟାଣ୍ଡମାଇନକୁ ଠାବ କରିଛନ୍ତି ଏହି ଦୁଇ ମହିଳା କମା ଣ୍ଡୋ । କମାଣ୍ଡୋମାନେ କୁମ୍ବିଂ ସାରି ଫେରିବା ବେଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ମେଟାଲ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନକୁ ଠାବ କରିଥିଲେ । ପରେ ସେଠାରେ ଏହାକୁ ବିସ୍ପୋରଣକରି ନିଷ୍କ୍ରିୟ କରିଥିଲେ ।ଛତିଶଗଡ଼ ରାଜ୍ୟରେ କିଛିଦିନ ହେବ ମାଓ ସଂଗଠନ ଭୁଶୁଡ଼ିବାରେ ଲାଗିଛି । ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିଭିନ୍ନ ରାସ୍ତାରେ ଏପରି ବହୁ ସଂଖ୍ୟାରେ ଲ୍ୟାଣ୍ଡମାଇନ ଲଗାଇଥିବା କରୁଥିବା ଅନୁମାନ କରାଯାଉଛି ।