
ମାଲକାନଗିରି-ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସରକାରୀ ଯୋଜନାର ଅଭାବ ନାହିଁ । କିନ୍ତୁ ସରକାରୀ ବାବୁ ଓ ଲୋକପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ଯୋଜନା ବାଟହୁଡୁଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ । ଏହି ବ୍ଲକର ଅଟାଲଗୁଡା ଏକ ଅଭିଶପ୍ତ ଗାଁ କହିଲେ ଭୁଲ୍ ହେବ ନାହିଁ । ଗାଁକୁ ଘେରିିରହିଛି ନଈ । ପୋଲ ନଥିବାରୁ ବିକାଶଠାରୁ ଅଟାଲଗୁଡା ବହୁ ଦୂରରେ । ଗାଁର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଉଛୁଳା ନଈରେ ନିଜ ଜୀବନକୁ ବାଜି ଲଗାଇ ପାରହୋଇ ଗୋବିନ୍ଦପାଲି କିମ୍ବା ମାଥିଲି ଯାଇଥାନ୍ତି । ଆମ୍ବୁଲାନ୍ସ ଏହି ଗାଁକୁ ଆସିବା କେହି କେବେ ଦେଖିନାହାନ୍ତି । ଦୈନନ୍ଦିନ କାମପାଇଁ ଗାଁ ବାହାରକୁ ଗଲେ ଲୋକଙ୍କୁ ନଈ ପାର ହେବାକୁ ପଡିଥାଏ । ଉଚ୍ଛୁଳା ନଈରେ ଜୀବନ ବାଜିଲାଗୁଥିବା ବେଳେ ସରକାର ଏକ ଡଙ୍ଗା ଯୋଗାଇ ଦେଇ ହାତଯୋଡି ବସିଛନ୍ତି ।ବହୁ ସମୟରେ ଭରା ନଈରେ ଭାସି ଅନେକଙ୍କ ଜୀବନ ଯ।।ଉଥିବାର ନଜିର ରହିଛି । ଏପଟେ ଡଙ୍ଗା ଅବସ୍ଥା ମଧ୍ୟ କହିଲେ ନସରେ । ସେ ଡଙ୍ଗା ବି ଅଦରକାରୀ ହୋଇ ପଡିରହିଛି। ପ୍ରଶାସନିକ ଅଧିକାରୀଙ୍କ ଭରସାକୁ ଏବେ ବି ଅପେକ୍ଷା କରି ବସିଛନ୍ତି ଗ୍ରାମବାସୀ !ତୁରନ୍ତ ଏଠାରେ ଏକ ପୋଲ ନିର୍ମାଣ ସହ ମୋଟର ବୋଟ ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି !
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO