Related Stories
November 23, 2024
ମାଲକାନଗିରି-ଚିକିତ୍ସା ବିଜ୍ଞାନ ଆଜି ବହୁ ଦୂରରେ ପହଞ୍ଚିଲାଣି ।ଉନ୍ନତ ବିଜ୍ଞାନ କୌଶଳରେ ରୋଗ ନିରୂପଣ କରାଯାଉଛି । ହେଲେ ଏବେବି ଆଦିମ ଅଧିବାସୀ ଛାଡି ପାରୁ ନାହାନ୍ତି ଅନ୍ଧ ବିଶ୍ୱାସର ଉପଚାର। ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଥିଲି ବ୍ଲକ ଅନ୍ତର୍ଗତ ଦୋରାଗୁଡା ଗ୍ରାମରେ । ଏଠାକାର ଏକ ଯୁବକ ବିଦ୍ୟାଳୟ ରାତ୍ର ଜଗୁଆଳି ରୁ ବାବା ପାଲଟି ଲୋକଙ୍କୁ ଜଡି ବୁଟି ଚିକିତ୍ସା କରୁଛନ୍ତି । ବାବାଙ୍କ ଚିକିତ୍ସାରେ ଲୋକେ ଭଲ ହେବା ସହ ପ୍ରତିଦିନ ଶତାଧିକ ଲୋକ ବାବାଙ୍କ ଘର ଆଗରେ ଲମ୍ବା ଲାଇନ ଲଗାଉଛନ୍ତି । ବାତ, ପାରାଲିସିସ, ଫିଡ଼ସ ଭଳି ଦୁରା ରୋଗକୁ ସେ ଭଲ କରୁଥିବା କହିଛନ୍ତି । ତୁମଶାପଲ୍ଲୀ ଗ୍ରାମର ରାମଚନ୍ଦ୍ର ସୋଡି ଏକ ଶିକ୍ଷିତ ଯୁବକ । ପୂର୍ବରୁ ଆଦର୍ଶ ବିଦ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାମ କରୁଥିଲେ l ବର୍ତ୍ତମାନକରୋନା ମହାମାରୀ ପାଇଁ ସ୍କୁଲ, କଲେଜ ସବୁ ବନ୍ଦ ଥିବା ବେଳେ ରୋଜଗାର ପାଇଁ ସେ ପାଲଟି ଛନ୍ତି ବାବା l ଦୋରାଗୁଡା ଗ୍ରାମରେ ଏକ ଭିନ୍ନ ଉପାୟରେ ସେ କରୁଛନ୍ତି ଲୋକଙ୍କ ଚିକିତ୍ସା l ବାବାଙ୍କ କହିବା ଅନୁଯାୟୀ ଚିକିତ୍ସା ବିଜ୍ଞାନର କୌଣସି ତାଲିମ ନେଇ ନଥିବା ସତ୍ୟ ସେ ଠିକ କରିପାରୁଛନ୍ତି ବାତ, ଫୀଡ୍ସ, କିଡ଼ନୀ, ପାରାଲିସିଶ ଆଦି ରୋଗ l ଅଧିକ ଲୋକଙ୍କ ଭିଡ଼ ଯୋଗୁ ଚିକିତ୍ସା କରିବାକୁ ଅସୁବିଧା ହେଉଥିବାରୁ ଟୋକେନ ର ବ୍ୟବସ୍ତl କରି ଚିକିତ୍ସା ଚଲାଇଛନ୍ତି ବାବା l ଗ୍ରାମବାସୀଙ୍କ କହିବା ଅନୁଯାଇ ବାବାଙ୍କ ନିକଟରେ ଚିକିତ୍ସା ହେବାପରେ ବର୍ତ୍ତମାନ କିଛି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି।