
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀଜିଲ୍ଲା ମଣ୍ଡଳ ଶ୍ରମ ଆୟୁକ୍ତ ଙ୍କ ଅଫିସ ରେ welfare cordinator ନିର୍ମାଣ ଶ୍ରମିକ କାର୍ଡ କରିବା, ବାର୍ଷିକ ଦେୟ କାଟିବା ସହାୟତା ପାଇଁ ଲାଞ୍ଚ ନେବା ଫଳରେ ପ୍ରକୃତ ହିତାଧିକାରୀ ତାର ପ୍ରାପ୍ୟ ପାଇବା ପାଇଁ ବର୍ଷ ବର୍ଷ ଅପେକ୍ଷା କରୁଛନ୍ତି |ତାଙ୍କ ପ୍ରତି ଅଫିସର ମାନଙ୍କ ଅଙ୍କୁଶ ନାହିଁ | ଲେବର ଅଫିସ ରେ ଫାଇଲ ପତ୍ର ର ସୁରକ୍ଷା ନାହିଁ | କି କେହି ତାର ଉତ୍ତର ଦାୟୀ ନୁହଁନ୍ତି | Welfare cordinator ୨୦୧୫ ରୁ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ରେ ସମ୍ପୃକ୍ତି ଥାଇ ମଧ୍ୟ ଅଫିସ ର ମାନେ ତାକୁ ସୁରକ୍ଷା ଦେଉଛନ୍ତି |ସେମାନେ ଦସ୍ତ ଖତ ପାଇଁ ପଇସା ନିଅନ୍ତି.. ପଇସା ନଦେଲେ ଫାଇଲ ଗାଏବ କରି ଦିଅନ୍ତି |କୋଭିଡ ସହାୟତା ୧୫୦୦ ଟଙ୍କା ଅଦ୍ୟାବଧି କେତେକ ଶ୍ରମିକ ପାଇଲେ ନାହିଁ |ପଞ୍ଜି କରଣ, ପୁନଃ ପଞ୍ଜିକରଣ,, ସହାୟତା ପାଇଁ ଦର ଖାସ୍ତ ଗ୍ରହଣ ହେଉନି |ଦୁଇ ବର୍ଷ ହେଲା ଛାତ୍ର ବୃତ୍ତି, କନ୍ୟା ବିବାହ , ମୃତ୍ୟୁ ସହାୟତା, ପେନସନ ମିଳିଲାନି.. କେତକ ଫର୍ମ ଉଈ ଲାଗି ଗଲାଣି |ଏହା ବିରୁଦ୍ଧରେ କମିସନର, ଜିଲ୍ଲାପାଳ ଙ୍କୁ ଅବଗତ କଲା ପରେ ଆଜି ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ |ବିକ୍ଷୋଭ ରେ CITU ର ଶରତ କୁମାର ରାୟଗୁରୁ, ସ୍ମୃତି ରଞ୍ଜନ ଦାସ, ଭୀମ ସେନ ସ୍ୱାଇଁ, HMS ର ଜ୍ଞାନ ରଞ୍ଜନ ଦାସ, AICCTU ର ସତ୍ୟମନ୍ୟୁ ପ୍ରଧାନ, BMS ର କମଳ ନାରାୟଣ ରଥ, TUCC ର ମିଟୁ ମହାପାତ୍ର, ATU ର ମହେଶ୍ୱର ମହାରଣା,, ବିପିନ ରାଉତ, ସୁଦର୍ଶନ ପ୍ରଧାନ, ତନୁ ଲତା ଛୋଟୋଇ, ବିପିନ ନାୟକ, ସୁଶାନ୍ତ ପରିଡା, ଅକ୍ଷୟ କାଣ୍ଡି, ସୁଧାଂଶୁ ସେନାପତି, ପ୍ରମୁଖ ଦୁର୍ନୀତି ଗ୍ରସ୍ତ welfare cordinator ଙ୍କ ବଦଳି ଓ ତଦନ୍ତ, କାର୍ଡ କରି resumption କାଟିବା, କୋଭିଡ ସହାୟତା ବ୍ୟାଙ୍କ ମାଧ୍ୟମରେ ଦେବା, ପେନସନ ମାସିକ ୩000ଟଙ୍କା, ଦୁରା ରୋଗ୍ୟ ଓ ଦୁର୍ଘଟଣା ସହାୟତା, କୋଶଳ ବିକାଶ ରେ ତାଲିମ ପ୍ରାପ୍ତ ଶ୍ରମିକ ଙ୍କୁ ସହାୟତା, ସହ ଛାତ୍ର ବୃତ୍ତି, ବିବାହ, ମୃତ୍ୟୁ, ଗୃହ ନିର୍ମାଣ, ସାଇକେଲ, ନିରାପତ୍ତା ସାମଗ୍ରୀ ପାଇଁ ସହାୟତା ନ ଦେଲେ ଆଗାମୀ ଦିନ ରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି |ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ମହାରଣା, ରବି ପ୍ରଧାନ, ରବୀନ୍ଦ୍ର ସ୍ୱାଇଁ, ଉମେଶ ଜେନା ପ୍ରମୁଖ ବିକ୍ଷୋଭ କୁ ପରିଚାଳନା କରିଥିଲେ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO