
ବେଲଗୁଣ୍ଠା-ବେଳଗୁଣ୍ଠା ବ୍ଲକ ଅନ୍ତର୍ଗତ ବିଞ୍ଚଣା ଛକ ଠାରେ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ବାଇକ ପଛପଟୁ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ବେଲଗୁଣ୍ଠା ବ୍ଲକ ଖଇରପୁଟି ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା (55)ଆହତ ହୋଇଥିବା ଜଣାପଡିଛି।ମିଳିଥିବା ଖବର ପ୍ରକାରେ ଆଜି ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ନିଜ ବାଇକ ଯୋଗେ ଖଇରପୁଟି ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ସ୍କର୍ପିଓ ଭାରସାମ୍ୟ ହରାଇ ପୂର୍ଣଚନ୍ଦ୍ରଙ୍କ ବାଇକ କୁ ପଛପଟୁ ଧକ୍କା ଦେଇ ରାସ୍ତା କଡରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା ।
ଫଳରେ ପୂର୍ଣଚନ୍ଦ୍ର ରାସ୍ତା କଡ଼କୁ ଛିଟିକି ପଡିବା ସହ ହାତ ଓ ଛାତି ରେ ଆଘାତ ପାଇ ବେହୋସ ହୋଇଯାଇଥିଲେ। ପୂର୍ଣଚନ୍ଦ୍ରଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଗୋବରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଦେଇଥିଲେ । ଖବର ପାଇ ଗାଙ୍ଗପୁର ପୋଲିସ ଦୁର୍ଘଟଣାଗସ୍ତ ଦୁଇ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO