
ବ୍ରହ୍ମପୁର : ବିଜେଡି ନେତା ତଥା ପୂର୍ବତନ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ସପନ ପାଢ଼ୀଙ୍କ ଦ୍ୱାଦଶ ଦିବସ ଅବସରରେ ଦଳମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତରହି ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ହିଲ୍ପାଟଣାସ୍ଥିତ ଶହୀଦ୍ ଲକ୍ଷ୍ମଣ ନାୟକ କମ୍ପ୍ୟୁନିଟ ହଲ୍ରେ ତାଙ୍କର ଶୁଭେଚ୍ଛୁମାନେ ଏକ ସ୍ମୃତିସଭା ଆୟୋଜନ କରିଥିଲେ । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲା ବିଜେଡି ସଭାପତି ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷ ବିପିନ ପ୍ରଧାନ, କୁକୁଡାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଯୁବନେତା ରଜନିଶ ମିଶ୍ର, ସମବାୟବିତ୍ ସୁଧିର ରାଉତ, ବରିଷ୍ଠ ଆଇନ୍ଜୀବୀ ଶିଶିର ପାଢ଼ୀ, ବିଜେପି ନେତା କାମନା ପାଢ଼ୀ, ଆଇନ୍ଜୀବୀ ସୁଧାଂଶୁ ପଣ୍ଡା, ପୀତବାସ ପଣ୍ଡା, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଜୟନ୍ତ ମହାପାତ୍ର, ଦୁର୍ଗା ପଣ୍ଡା, କ୍ରୀଡାବିତ୍ ଅଶୋକ ସାହୁ, ଯୁବ ବିଜେଡି ସଭାପତି ଲକ୍ଷ୍ମଣ ଚୌଧୁରୀ, ତୁମ୍ବନାଥ ପଣ୍ଡା, ରଜିତ ପାତ୍ର, ବିଜେଡି ନେତା ସନାତନ ସଂଗ୍ରାମ ସିଂ, ଭଗବାନ ଗନ୍ତାୟତ, ସୁରେନ୍ଦ୍ର ମହାରଣାଙ୍କ ସମେତ ବିଭିନ୍ନ ଦଳର ନେତା ଓ କର୍ମୀ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ ।