କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୪/୧୦/୨୦୨୦- ଅକ୍ଷୟ ପାତ୍ର ଫାଉଣ୍ଡେସନ ର ଓଡ଼ିଶା ରାଜ୍ୟ ମୁଖ୍ୟ ମହେଶ କୁମାର ପ୍ରଧାନ ଗତକାଲି ଭୁବନେଶ୍ୱରର ଏକ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ର ଛାୟା ଖେଳିଯାଇଛି । ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଳକର ଗୋରୁଆଳ ଗ୍ରାମରେ ମହେଶଙ୍କର ଜନ୍ମ। ତାଙ୍କ ପିତା ସ୍ୱର୍ଗତ ରାମଚନ୍ଦ୍ର ପ୍ରଧାନ ବ୍ରହ୍ମଗିରି ବ୍ଳକର ଅଧ୍ୟକ୍ଷ ଥିଲେ ।
ପ୍ରଧାନ ଜୀ ଙ୍କ ବିୟୋଗରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଗଭୀର ଶୋକ ପ୍ରକାଶ କରି ଗୋରୁଆଳ ସ୍ଥିତ” ଗୋବିନ୍ଦ ଗୋଧାମ ଗୋଶାଳା ” ରେ ୨ ମିନିଟ ନିରବ ପ୍ରାର୍ଥନା କରି ମୃତକ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କାରାଯାଇଥିଲା | ଉପସ୍ଥିତ ଟ୍ରଷ୍ଟର ସଦସ୍ୟ ଅନ୍ତରାଷ୍ଟ୍ରୀୟ ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର, କାର୍ତ୍ତିକ ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଗଣେଶ୍ୱର ପଣ୍ଡା, ପିତାମ୍ବର ପଣ୍ଡା, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ମନୋଜ କୁମାର ପଣ୍ଡା, ହରପ୍ରସାଦ ମହାପାତ୍ର, ଦିଲ୍ଲୀପ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ |
Related Stories
April 18, 2024