ବ୍ରହ୍ମପୁର : ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏହାକୁ ଏଡାଇବା ପାଇଁ ମନୂଷ୍ୟ ପାଖରେ ଏହାର ନିରାକରଣ ମଧ୍ୟ ରହିଛି । ବୃକ୍ଷରୋପଣ ହିଁ ଏହାର ବିକଳ୍ପ ରାସ୍ତା । ସମସ୍ତେ ଚାରାଟିଏ ଲଗାଇଲେ ପୁଣି ଧରା ହସିବ ବୋଲି ବାର୍ତ୍ତା ଦେଉଛନ୍ତି । ନୃତ୍ୟ ଓ ସଙ୍ଗୀତକୁ ନେଇ ଯେମିତି କାର୍ଯ୍ୟକ୍ରମ କରୁଛନ୍ତି ସେମାନେ ଏବେ ଆଗେଇ ଆସିଛନ୍ତି ଧରଣୀକୁ ସଜେଇବା ପାଇଁ । ମହାମାରୀ ସମୟରେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବୃକ୍ଷରୋପଣ କରିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶୀ ନୃତ୍ୟାୟନ ଓ ଟୁୱାଡର୍ସ ଏ ଗ୍ରୀନେର ବ୍ରହ୍ମପୁର ପକ୍ଷରୁ ସ୍ଥାନୀୟ ଲାଞ୍ଜିପଲ୍ଲୀସ୍ଥିତ ନୂଆବନ୍ଧ ନିକଟରେ ବୃକ୍ଷରୋପଣ କରାଯାଇଛି । ଓଡ଼ିଶୀ ନୃତ୍ୟଗୁରୁ ସମ୍ପାଦକ ଶିବରାମ ବାରିକ ଓ ଟୁ ୱାଡର୍ସ ଏ ଗ୍ରୀନ୍ର ବ୍ରହ୍ମପୁରର ପରିଚାଳକ ବେଦ ପ୍ରକାଶ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ଦିନିଆ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଏମ୍କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ବ୍ରହ୍ମପୁର ମଣ୍ଡଳ କାରାଗାରର ବରିଷ୍ଠ ଅଧିକ୍ଷକ କୁଳମଣି ବେହେରା, ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଣତି ପାତ୍ର, ବ୍ରହ୍ମପୁର ମଣ୍ଡଳ କାରାଗାରର କାରାପାଳ ଶଶିକାନ୍ତ ମାହାଲିକ ଓ ପ୍ରାକ୍ତନ ଜିଲ୍ଲା ସାଂସ୍କୃତିକ ଅଧିକାରୀ କୃଷ୍ଣଚନ୍ଦ୍ର ନିସଙ୍କ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ବିଭିନ୍ନ ରକମର ୫୦ଟି ବୃକ୍ଷ ରୋପଣ କରାଯାଇଛି ଏବଂ ରବିବାର ୫୦ଟି ବୃକ୍ଷରୋପଣ କରାଯିବା ନେଇ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପ୍ରଭାତ କୁମାର ପାତ୍ର, ସଙ୍ଗୀତା ପାଣିଗ୍ରାହୀ, ହିମାଂଶୁ ଶେଖର ଗୌଡ, କେ.ଗୌତମ କୁମାର ପ୍ରଧାନ, ସୁମନ କୁମାର ଦାସ, ଶିବ ଶଙ୍କର ଷଢ଼ଙ୍ଗୀ ଓ ସୂର୍ଯ୍ୟପ୍ରତାପ ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତରହି ଚାରାରୋପଣ କରିଥିଲେ ।
Related Stories
November 27, 2024
November 27, 2024