ଭଞ୍ଜନଗର, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କ ପ୍ରଚେଷ୍ଟା ରେ ସମଗ୍ର ଗଞ୍ଜାମ ଜିଲ୍ଲାରେ କୋଭିଡ ସପ୍ତାହ ଆରମ୍ଭ କରାଯାଇଛି ଅକ୍ଟୋବର ଏକ ତାରିଖରେ ଉଜ୍ଜାପିତ ହେଇଥିଲା |ଜନସାଧାରଣଙ୍କୁ ଅନଲାଇନ ଏଵଂ ଅଫଲାଇନ ମାଧ୍ୟମରେ ବ୍ୟାପକ ସଚେତନତା କରିବା କୋଭିଡ ସପ୍ତାହ ପାଳନର ମୁଖ୍ୟ ଲକ୍ଷ | କୋଭିଡ ସପ୍ତାହ ଉଜ୍ଜାପନି ଉପଲକ୍ଷେ ଗଞ୍ଜାମ ଜିଲ୍ଲାପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା | ଜିଲ୍ଲାପ୍ରଶାସନ ତରଫରୁ ଅନଲାଇନ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ଏଥିରେ ଭଞ୍ଜନଗର ଦିବ୍ୟଶକ୍ତି ଇଂରାଜୀ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ ଛାତ୍ରୀ ସଂକୃତି ପଣ୍ଡା ଚିତ୍ରାଙ୍କନରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରକାରୀ ହାର୍ଟନଗର ପ୍ରାଥମିକ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀ ଛାତ୍ର ପଦ୍ୟ ଆବୃତ୍ତି ରେ ଦ୍ୱତୀୟ ସ୍ଥାନ ଏଵଂ ଓଡିଶା ଆଦର୍ଶ ବିଦ୍ୟାଳୟ ଭଞ୍ଜନଗର ର ଷଷ୍ଟ ଶ୍ରେଣୀ ଛାତ୍ରୀ ବାଂସୁରୀ ଭୂୟାଁ ଦ୍ବିତୀୟ ସ୍ଥାନ ଅଧିକାର କରି ଭଞ୍ଜନଗର କୁ ଗୌରବାନ୍ୱିତ କରିଛନ୍ତି | ଜିଲ୍ଲlପାଳ ଭିଡିଓକନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହେଇ କୃତି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ | ଭଞ୍ଜନଗର ବ୍ଲକ ଭିଡିଓକନଫରନସିଂ ହଲ ଠାରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଜିଲ୍ଲାସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଏଵଂ ପୁରସ୍କାର ପ୍ରଦାନ କରିବା ସହ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ ଓ କରୋନା ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି | ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ, ବିଆରସିସି ହୃଷିକେଶ ସ୍ୱାଇଁ, ସିଆରସିସି ନାରାୟଣ ମହାପାତ୍ର, ହାର୍ଟନଗର ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଯୋସ୍ନା ଦେବୀ, ଦିବ୍ୟଶକ୍ତି ଇଂଲିଶ ମିଡିୟମ ସ୍କୁଲ ଅଧ୍ୟକ୍ଷ ସମେତ ଅନ୍ୟ ଅଭିଭାବକ ମାନେ ଉପସ୍ଥିତ ଥିଲେ |