
ସାନଖେମୁଣ୍ଡି : ଆଜି ସାନଖେମୁଣ୍ଡି ବ୍ଲକ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା। ପାଟପୁର ଗାନ୍ଧୀ ଛକ ସ୍ଥିତ ମହତ୍ମା ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ସ୍ତଳଠାରେ ବ୍ଲକ ବିଜେଡି କାର୍ଯ୍ୟକର୍ତ୍ତା ଓ ଛାମୁଆଂ କର୍ମୀ ଙ୍କ ଗ୍ରହଣରେ ଶ୍ରୀମତୀ ନନ୍ଦିନୀ ଦେବୀ ନିଜ ସ୍ଵହସ୍ତରେ ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଗାନ୍ଧୀଜୀ ଙ୍କ ଭାବଧାରା ସହିତ ଅନୁପ୍ରାଣିତ ରହିବାକୁ ଲୋକ ମାନଙ୍କୁ ସମ୍ବୋଧିତ କରିଥିଲେ। ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ଵାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ସ୍ଵାଇଁ, ରାଜ୍ୟ କାର୍ଡ ବ୍ଯାଙ୍କ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ଵାଇଁ, ଜିଲ୍ଳା ପରିଷଦ ସଭ୍ଯ ଶଙ୍କର୍ଷଣ ସ୍ଵାଇଁ, ବ୍ଲକ ବିଜେଡି ସଭାପତି ଧୋବା ସ୍ଵାଇଁ, ବ୍ଲକ ଯୁବ ବିଜେଡ଼ିର ସନ୍ତୋଷ ବିଶୋୟୀ, ଛାତ୍ର ବିଜେଡ଼ି ର କାଳୁ ନାୟକ ପ୍ରମୂଖ ଙ୍କ ସହିତ କରୋନା ସଚେତନର ବାର୍ତ୍ତା ପ୍ରଚାର କରିବା ସହିତ ସାମୁହିକ ଭାବରେ ସାଧାରଣରେ ମାସ୍କ ବଣ୍ଟନ କରିଛନ୍ତି। କରୋନା ପ୍ରତିଶେଧକ ବ୍ୟବସ୍ଥାରେ ଅନୁଷ୍ଟିତ ଏହି ପାଳନ ଉତ୍ସବରେ ସମସ୍ତ ଦଳୀୟ ପ୍ରତିନିଧି ଯୋଗ ଦେଇଥିଲା ବେଳେ ସ୍ତାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସମସ୍ତ ପ୍ରତିନିଧି, କର୍ମୀ ଓ କାର୍ଯ୍ୟକର୍ତ୍ତା ଆଗାମୀ କାଯ୍ୟକ୍ରମ ସମ୍ପର୍କରେ ରୂପରେଖ ଚୂଡ଼ାନ୍ତ କରିଥିଲେ।
Report – ପ୍ରଫୁଲ୍ଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO