ଭଦ୍ରକ – ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପୂର୍ତି ଅବସରରେ ଭଦ୍ରକ ଜିଲ୍ଳା ଲେଖକ ସାମ୍ମୁଖ୍ୟ ଆନୁକୂଲ୍ୟରେ ଭଦ୍ରକ ସହର ନରିପୁର ଠାରେ ‘ମୂଲ୍ୟବୋଧରେ ଗାନ୍ଧିଜୀ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଲେଖକ ସାମ୍ମୁଖ୍ୟ ସଭାପତି ସୁଧାକର ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ସାହିତ୍ୟିକ ଗଗନ ବିହାରୀ ରାଉତ, ପଣ୍ଡିତ ଦୈତ୍ୟାରୀ ମହାପାତ୍ର, କବି ରତିକାନ୍ତ ବେହେରା, ଅବସରପ୍ରାପ୍ତ ପ୍ରାଧ୍ୟାପିକା ଭାନୁମତୀ ମାଟିଆ ଓ ଡ. ପ୍ରଭାତ ନଳିନୀ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଗାନ୍ଧିଜୀଙ୍କ ଜୀବନାଦର୍ଶକୁ ଭିତ୍ତିକରି ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବୟିତ୍ରୀ ପ୍ରୀତିଲତା ପଣ୍ଡା, ଅନୁରାଧା ମିଶ୍ର, ଅଧ୍ୟାପିକା ଡ. ମମତାରାଣୀ ସାହୁ, ଶିଶୁ ସାହିତ୍ୟିକା ମମତାରାଣୀ ଦାଶ, ଡାକ୍ତର ଅନିଲ କୁମାର ଦାଶ, ବିପ୍ଳବ ହୋତା, ବିଜୟ କୁମାର ବହଳୀ, ନାଟ୍ୟଶ୍ରୀ ନିର୍ମଳ ରାଉତ, ନୀହାର ରଂଜନ କର, ଗଗନ ବିହାରୀ ରାଉତ, ପଣ୍ଡିତ ଦୈତ୍ୟାରୀ ମହାପାତ୍ର, ରତିକାନ୍ତ ବେହେରା, ବୈକୁଣ୍ଠ ବିଶ୍ୱାଳ, ଅରୂପାନନ୍ଦ ନାୟକ, ଡ. ପ୍ରଭାତ ନଳିନୀ ମହାପାତ୍ର, ଭାନୁମତୀ ମାଟିଆ, ଚର୍ଚ୍ଚିକା ପ୍ରସାଦ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ ଏବଂ ସଭାପତି ଶ୍ରୀଯୁକ୍ତ ନନ୍ଦ କବିତା ଗୁଡ଼ିକୁ ସମୀକ୍ଷା କରିଥିଲେ । ଏହି ଆସରରେ ସମ୍ପାଦକ ନୀହାର ରଂଜନ କର ସମ୍ପାଦକୀୟ ବକ୍ତବ୍ୟ, ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ, ବ୍ୟଙ୍ଗକବି ବିଜୟ କୁମାର ବହଳୀ ସ୍ୱାଗତ ଭାଷଣ ଓ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Related Stories
November 23, 2024