ମାଲକାନଗିରି– ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓ ହିଂସା ଥମିବାର ନା ଧରୁନାହିଁ । ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋରା ଗାଁରେ ଥିବା ବିଏସଏନଏଲ୍ ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । ପ୍ରାୟ ୧ ୫ ଜଣ ସଶସ୍ତ୍ର ମାଓବାଦୀ ଏରାବୋର ଗାଁରେ ପହଞ୍ଚି ମୋବାଇଲ ଟାୱାରକୁ ଧ୍ବଂସ କରିବା ସହ ରାଜରାସ୍ତା ଉପରେ ପଥର ଓ ମାଓ ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ । ତେବେ ଶୁକ୍ରବାର ସକାଳେ ସିଆରପିଏଫ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇଛନ୍ତି । ମାଲକାନଗିରି ଜିଲ୍ଲା ମୋଟୁ ସିମାନ୍ତ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ଜାତୀୟ ରାଜପଥ ଉପରେ ମାଓବାଦୀ ମାନେ ଏହି ହିଂସା କାଣ୍ଡ ଘଟାଇଛନ୍ତି । ଯାହାକୁ ନେଇ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି !
Related Stories
November 29, 2024