
ମାଲକାନଗିରି-ମାଲକାନଗିରି ସଦର ବ୍ଲକରେ ଶହ ଶହ ଏକର ଧାନ ଏବେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ମାଲକାନଗିରି ବ୍ଲକ ଚାଲାଣଗୁଡ଼ା ପଞ୍ଚାୟତର ଏମଭି – ୧ , ଏମଭି – ୪୪ , ଏମଭି – ୯୦ ଭଳି ଗ୍ରାମ ଗୁଡ଼ିକର ଶହ ଶହ ଏକର ଧାନ ବିଲରେ ଧାନ ହସୁଛି ସିନା ଧାନ ଅଗାଡ଼ି ହୋଇଯାଇଛି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଠିକଣା ସମୟରେ ଚାଷୀ ମାଲକାନଗିରିର ବିଭିନ୍ନ ସାର ଦୋକାନରୁ ଧାନ ବିହନ ଆଣି ଜମିରେ ବୁଣିଥିଲେ । ଏସବୁ ଧାନ ବିହନ କଳାହାଣ୍ଡିରୁ ଆସିଥିବା ୭ଜଣ ଦୋକାନୀ ଚାଷୀଙ୍କୁ କହିବା ସହ ଏହା ଭଲ ବିହନ ବୋଲି କହିଥିଲେ । ଚାଷୀ ଦୋକାନୀ ଙ୍କ କଥାରେ ପଡ଼ି ବିହନ ଆଣି ବୁଣିଥିଲେ ଓ ଭଲ ଫସଲ ମଧ୍ୟ ହୋଇଥିଲା । ଏବେ ମଧ୍ୟ ବିଲରେ ଫସଲ ହସୁଛି । ହେଲେ ଧାନ କିନ୍ତୁ ଅଗାଡ଼ି ହୋଇଯାଇଥିବା ଚାଷୀ ଦେଖିବାକୁ ପାଇଛନ୍ତି । ଆଜି ଶତାଧିକ ଚାଷୀ ପ୍ରଶାସନ ନିକଟରେ କ୍ଷତିପୂରଣ ଦାବି କରିଥିଲେ । କୃଷି ବିଭାଗର ଭିଏଲଡବ୍ଲ ଏବଂ ରାଜସ୍ୱ ନିରୀକ୍ଷକ ମଧ୍ୟ ଅଭିଯୋଗ ପାଇ ବିଲ ଗୁଡ଼ିକରେ ପହିଞ୍ଚି ତଦାରଖ କରିଥିଲେ । ଭିଏଲଡବ୍ଲୁ ଙ୍କ କହିବା ଅନୁଯାୟୀ ବିଲରେ ଧାନ ଗଛ ଅଛି ସିନା ଧାନ ଫଳି ନାହିଁ । ନକଲି ବିହନ ଯୋଗୁ ଏଭଳି ହୋଇ ଥାଇପାରେ କିମ୍ବା କାଣ୍ଡରେ ବ୍ଲାଷ୍ଟ ହେବା ଯୋଗୁ ମଧ୍ୟ ଏପରି ହୋଇଥାଏ ବୋଲି ସେ କହିଛନ୍ତି । ଧାନରେ କୌଣସି ପୋକ ଲାଗିନଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସରପଞ୍ଚ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୋକାନୀ ବିରୋଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହାର ତଦନ୍ତ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । କେବଳ ମାଲକାନଗିରି ସଦର ବ୍ଲକରେ ଏଭଳି ଅବସ୍ଥା ହୋଇଛି ନା ଅନ୍ୟ ବ୍ଲକ ଗୁଡ଼ିକରେ ମଧ୍ୟ ହୋଇଛି ତାର ତଦନ୍ତ ଚାଲିଥିବା କୁହାଯାଇଛି । ଋଣ କରି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନକଲି ଧାନ ବିହନ ଯୋଗୁ ବର୍ଷକର ଫସଲ ହରାଇବାକୁ ଯାଉଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO