କେନ୍ଦ୍ରାପଡ଼ା- କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଓ ଭସାଣୀ ପାଇଁ କେଶପୁର ଜୋନ୍ର ୨୧ଟି ପୂଜା କମିଟି ସଦସ୍ୟମାନଙ୍କର ଏକ ବୈଠକ ଲକ୍ଷ୍ମୀନାରାୟଣ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ପୂଜା କମିଟିର ସଭାପତି ରବିନ୍ଦ୍ର ମହାପାତ୍ରଙ୍କ ସମେତ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ୍ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ଟାଉନ୍ ଜମାଦାର ନରେନ୍ଦ୍ରନାଥ ସୋରେନ୍ ପ୍ରମୁଖଙ୍କ ସମେତ ପୂଜା କମିଟିର ସଭାପତି ଓ କର୍ମକର୍ତାମାନେ ଏହି ବୈଠକରେ ଭାଗ ନେଇଥିଲେ । ଚଳିତ ମାସ ୨୦ ଓ ୨୧ ତାରିଖରେ ହେବାକୁ ଥିବା ଭସାଣୀରେ କେଶପୁର ବଜାର ରାସ୍ତାରେ ଓ ସୁନେଇଲୋ ଅଂଚଳର ମେଢଗୁଡିକର ଆଗମନ ଓ ପ୍ରସ୍ଥାନ ସଂପର୍କରେ ଆଲୋଚନା କରାଯାଇଥିଲା । ହଜାରୀବଗିଚା, ସୁନାଇଲୋ, ଏକଣାଖଣ୍ଡି ପ୍ରଭୃତି ଅଂଚଳର ମେଢ ଗୁଡିକ ପ୍ରସ୍ଥାନ ସମୟରେ ପୁରୁଣା ବସଷ୍ଟାଣ୍ଡରୁ ବାହାରି ଖଡିଅଙ୍ଗବାଟେ ନିଜ ନିଜ ଭସାଣୀ ସ୍ଥାନକୁ ଯିବେ । ସେହିଭଳି ବଡମଙ୍ଗଳା, ସାନମଙ୍ଗଳା, କେଶପୁର ବଜାର, ଗୋପ, ଅଯୋଧ୍ୟାନଗର, ବଳଗଣ୍ଡି, ସାନ୍ତସାହି ଅଂଚଳର ମେଢ ଗୁଡିକ ପ୍ରସ୍ଥାନ ସମୟରେ ପୁରୁଣା ବସଷ୍ଟାଣ୍ଡରୁ ବାହାରି ବଳଗଣ୍ଡି ମଢିଆଳ ଦେଇ ନିଜ ନିଜର ଭସାଣୀ ପିଠକୁ ଯିବାପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହାସହ ପ୍ରସ୍ଥାନ ସମୟରେ ନିଜ ନିଜର ଲଟେରୀ ନମ୍ବର ଅନୁଯାୟୀ ଶାନ୍ତି ଶୃଙ୍ଖଳାର ସହ ଶୋଭାଯାତ୍ରାରେ ଯିବାପାଇଁ ପ୍ରଶାସନ ତରଫରୁ ଗୁରୁତ୍ୱାରୋପ କରାଯାଇଥିଲା ।