Related Stories
November 29, 2024
ମାଲକାନଗିରି-ଦିବ୍ୟାଙ୍ଗ ହୋଇବି ଜୀବନ ଯୁଦ୍ଧ ରେ ହାର ମାନି ନାହାନ୍ତି ସେ । ପରିବାର ପ୍ରତିପୋଷଣ ଏବଂ କର୍ମ କ୍ଷେତ୍ରରେ କେବେବି ପଛ ଘୁଞ୍ଚା ଦେଇ ନାହାନ୍ତି । ଗୋଟିଏ ହାତ ନଥାଇ ବି ସେ ବର୍ତ୍ତମାନ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୮୦ ଗ୍ରାମର ତାରା ରାଓ। ବୟସର ଅପରାହ୍ଣରେ ପହଁଞ୍ଚିବା ସହ ଜୀବନ ଯନ୍ତ୍ରଣା ତାରାଙ୍କୁ ହରାଇ ପାରିନି । ପ୍ରାୟ ୧୦ ବର୍ଷ ପୂର୍ବେ ଦୁର୍ଘଟଣାରେ ନିଜର ଡାହାଣ ହାତ ହରାଇବା ପରେ ୩ ପିଲାଙ୍କ ସହ ଜୀବନ କାଟୁଥିବା ତାରା ଜୀବନ ରେ ସଂଗ୍ରାମ ଜାରି ରଖିଥିବା ବେଳେ ସରକାରୀ ସହାୟତା ମିଳୁନଥିବାରୁ ଅନେକ ସମସ୍ୟା ମଧ୍ୟ ଭୋଗୁଛନ୍ତି । ତଥାପି ତାରାଙ୍କ ମୁହଁରେ ନାହିଁ ଦୁଖଃ, ବହୁ ଜଟିଳତା ମଧ୍ୟରେ ବି ପରିବାର ସହ ହସ ଖୁସିରେ ଜୀବନ କାଟୁଛନ୍ତି ତାରା । ହସ ଖୁସିରେ ଚାଲୁଥିବା ସଂସାର ଗାଡ଼ିରେ ବେଶ ଖୁସି ଥିଲେ ସଭିଏଁ । ହେଲେ ପ୍ରାୟ ଦଶ ବର୍ଷ ପୂର୍ବେ ତାରା ରାଓ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିବା ବେଳେ ଏକ ଘରେଇ ମାଲିକଙ୍କ ଠାରେ କାମ ସାରି ଘରକୁ ଫେରିବା ସମୟରେ ଦୁର୍ଘଟଣା ର ଶିକାର ହୋଇ ହରାଇଥିଲେ ନିଜର ଡାହାଣ ହାତ । ଏହାପରେ ତାରା ଙ୍କ ଜୀବନ ଯେପରି ସମ୍ପୂର୍ଣ୍ଣ ବଦଳିଯାଇଥିଲା, ହସ ଭରା ଜୀବନ ରେ ଭରି ଆସିଥିଲା ଦୁଖଃ । ହାତ ହରାଇ କାମ ଧନ୍ଦା ମଧ୍ୟ ହରାଇବା ପରେ ତାରା ନାନା ସମସ୍ୟା ର ସମ୍ମୁଖିନ ହେଲେ । କିନ୍ତୁ ହାତ ହରାଇବା ପରେ ବି ମନକୁ ଦୃଢ଼ କରି ପରିବାର ମୁହଁରେ ଦା ନା ଦେବାକୁ ଆରମ୍ଭ କରିଥିଲେ ପଥର ଭାଙ୍ଗିବା ଭଳି କଷ୍ଟ ସାଧ୍ୟ କାମ । ନିଜ ଘର ନିକଟରେ ପଥର ଭାଙ୍ଗି ଦୁଇ ପଇସା ରୋଜଗାର କରି ତାରା ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । କିନ୍ତୁ ନିଜର ସ୍ୱଳ୍ପ ରୋଜଗାର ଯୋଗୁଁ ତାରା। ଏବଂ ତାଙ୍କ ପରିବାର ନାନା ସମସ୍ୟା ସହ କାଳତିପାତ କରୁଥିବା ବେଳେ ସରକାରୀ ସହାୟତା ର ଅପେକ୍ଷା ରେ ଅଛନ୍ତି । ଗ୍ରାମବାସୀ ମଧ୍ୟ ତାର।ଙ୍କ ପାଇଁ ସରକାରୀ ସହାୟତା ନିମନ୍ତେ ଦାବି କରିଛନ୍ତି । ଗୋଟିଏ ହାତରେ ପୁରା ପରିବାର ବୋଝ ସମ୍ଭାଳିବା ସହ ପିଲାଛୁଆ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ତାରା । ନିଜେ ଅସହାୟ ହୋଇ ମଧ୍ଯ କେବେ କାହା ଆଗରେ ହାତ ନପତାଇ ନିଜ ପରିବାରକୁ ଆଗକୁ ନେବା ସହ ସ୍ଥାନୀୟ ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି । ନିଜ ଗୋଟିଏ ହାତରେ ପଥର ବାଡ଼େଇବା ସହ ନାନା କଷ୍ଟ କରି ନିଜ ପରିବାରର ଭରଣପୋଷଣ କରୁଛନ୍ତି। ଏପରି ସ୍ଥଳ ରେ ହାତ କଟା ଯାଇଥିବାରୁ ତାରା ଙ୍କ ଆଧାର କାର୍ଡ ହୋଇ ପାରୁ ନଥିବା ଯୋଗୁଁ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ହୋଇ ବଞ୍ଚିତ ରହିଛନ୍ତି ସେ । ଏମିତି କି ତାଙ୍କ ପାଖରେ ରାସନ କାର୍ଡ ଖଣ୍ଡେ ନାହିଁ ଫଳରେ ସରକାର ଦେଉଥିବା ଏକ ଟଙ୍କିଆ ଚାଉଳ ମଧ୍ୟ ସେ ପାଉ ନାହାନ୍ତି । ଅନ୍ୟପଟେ ଦୁଇ ପୁଅ ସନ୍ତୋଷ ରାଓ, ନରେଶ ରାଓ, ଓ ଝିଅ ଚନ୍ଦ୍ରିକା ରାଓ ବର୍ତ୍ତମାନ ନାବାଳକ ଥିବାରୁ କୌଣସି କାମ କରିପାରୁ ନାହାନ୍ତି। ଏନେଇ କାଲିମେଳା ତହସିଲଦାରଙ୍କୁ ପଚାରିବାରୁ ତୁରନ୍ତ ତାରା ର ଆଧାର କାର୍ଡ ବନା ଯିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ ମତ ରଖିଛନ୍ତି । ସରକାରଙ୍କ ପକ୍ଷରୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗଣ୍ଡା ଗଣ୍ଡା ଯୋଜନା କରାଯାଇଥିଲେ ମଧ୍ୟ ତାରା ଙ୍କ ଭଳି ଅସହାୟଙ୍କ ପାଖରେ କେବେ ପହଁଞ୍ଚିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପଟେ ତାରା କୌଣସି ସାହାଯ୍ୟ ବିନା ବି ସ୍ୱାବଲମ୍ବୀ ହୋଇ ଚାଲୁଥିବା ବେଳେ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି