
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ରଙ୍ଗେଈଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ ଗସ୍ତ କରି ୨ କୋଟି ପଚାଶ ଲକ୍ଷ 75ହଜାର ଟଙ୍କା ଅଟକଳ ବ୍ୟୟର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି l ଗୁରୁବାର ଦିନ ସାଢେ ଦଶଟା ବେଳେ ବିଶ୍ୱନାଥପୁର ଗ୍ରାମ ପଂଚାୟତର କାଶୀବିଶ୍ୱନାଥ ମନ୍ଦିର କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଥିଲେ l ପରେ ଶାସନପଦର ପଂଚାୟତର ବେଲକୁଦି ଠାରେ ଗ୍ରାମ୍ୟ ଜଳ ଯୋଗାଣ ନିମନ୍ତେ ନିର୍ମିତ ଓଭର ହେଡ଼ ପାଣି ଟାଙ୍କିର ଶୁଭ ଉଦଘାଟନ କରିଥିଲେ l ସେହିପରି କେଲୁଆପାଲ୍ଲୀ ଗ୍ରାମପଞ୍ଚାୟତରେ କଲ୍ୟାଣ ମଣ୍ଡପ, କ୍ରିଡ଼ାଙ୍ଗନ, ଲାଇବ୍ରେରୀ, ଜିମ ଓ ଜିପିଏଲଏଫ ବିଲଡିଂର ଶୁଭ ଉଦଘାଟନ କରିବା ସହ ତେରପେଣ୍ଠ ଗ୍ରାମରେ କୋଠଘରର ଶୁଭ ଉଦଘାଟନ କରିଥିଲେ l ରଂଗିପୁର ପଂଚାୟତ ର ବହୁପୁରାତନ ଗୋକନେଶ୍ୱର ମନ୍ଦିର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଥିଲେ l ଭାବିନିପୁର ପଂଚାୟତର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସହ ଲୁହାଝର ପଂଚାୟତ ଶିତଳା ପଲ୍ଲୀ ଗାଁର ପାନୀୟ ଜଳଯୋଗାଣ ପ୍ରକଳ୍ପର ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପାଧ୍ୟାକ୍ଷ ଅଜିତ କୁମାର ଦାଶ, ବିଡ଼ିଓ କୁମାର ନାଗଭୁଷଣ, ବରିଷ୍ଟ ବିଜେଡି ନେତା ସିଏଚ ବଇରୀ ପାତ୍ର, ସାଧାରଣ ସମ୍ପାଦକ ଧନଞ୍ଜୟ ରାଓ, ଯୁବନେତା ଡ଼ିଲେଶ୍ଵର ରେଡି, ଯୁବସମ୍ପାଦକ ଡବ୍ଲୁ ଵଲା କ୍ରିଷ୍ଣା, ଯୁବ ଆଇନଜୀବି ପ୍ରକାଶ ଚନ୍ଦ୍ର ସେଠୀ, ପ୍ରକାଶ ସାମନ୍ତ, ସନ୍ତୋଷ ପ୍ରଧାନ, କେଲୁଆପାଲ୍ଲୀ ସରପଞ୍ଚ ବିଷ୍ଣୁ ପ୍ରିୟା ନାୟକ, ପୂର୍ବତନ ସରପଞ୍ଚ ଅନିତା ପାତ୍ର, ହଳଦିଆପଦର ସରପଞ୍ଚ ରାଜେଶ୍ୱରୀ ଦୋରା, ଆଇନଜୀବି ଦେବେନ୍ଦ୍ର ନାହାକ, ପ୍ରତାପ ଚନ୍ଦ୍ର ମିଶ୍ର ଓ ଯନ୍ତ୍ରୀ ସମୀର ପଟ୍ଟନାୟକ ଓ ଅନ୍ୟ ବିଭାଗୀୟ ଯନ୍ତ୍ରୀ ସହ ବହୁ ନେତା ଓ କର୍ମୀ ସାମିଲ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO