
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମର ବିଷ୍ଣୁ ଦାଶ(୪୨) ଆଜି ଅପରାହ୍ନ ୪ଟା ସମୟରେ କୌଣସି କାମରେ ଭଞ୍ଜନଗର ଆସୁଥିବା ବେଳେ ବେତାର ଗ୍ରାମ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଅଟୋ ସହ ତାଙ୍କ ବାଇକ ଧକ୍କା ହୋଇଥିଲା।ବାଇକରୁ ପଡ଼ି ବିଷ୍ଣୁ ଗୁରୁତର ଆହତ ହୋଇଥିଲେ।ତାଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲ କୁ ଚିକିତ୍ସା ପାଇଁ ପଠାଯାଇଛି।