
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଦୁର୍ଗା ପୂଜା କରିବାକୁ ଅନୁମତି ନିମନ୍ତେ ସହରର ସମସ୍ତ ପୂଜା କମିଟିର ସମସ୍ୟମାନେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନ ଭିଙ୍କୁ ଭେଟି ନିବେଦନ କରିଛନ୍ତି । କୋଭିଡ୍ ନିୟମକୁ ପାଳନକରି ପୂଜା ମଣ୍ଡପରେ ମା’ ଦୁର୍ଗତୀନାସିନୀଙ୍କ ପୂଜା କରିବା ପାଇଁ ୧୦ଫୁଟ ଜାଗା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଉ ବୋଲି କମିଟି ସଦସ୍ୟମାନେ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳ ଜିଲ୍ଲା ପ୍ରଶାସନ ସହ ବିଚାର ବିମର୍ସକରି ନିଜର ମତ ରଖିବେ ବୋଲି କମିଟି ସଦସ୍ୟମାନଙ୍କୁ କହିଥିଲେ । ଏଥିରେ ରାମ କୁମାର ପାତ୍ର, ବି.ଶ୍ରୀନିବାସ, ମନମୋହନ ଦଳେଇ, ସନ୍ତୋଷ ଦାସ, ରଜନୀକାନ୍ତ ପାଢ଼ୀ, ରଞ୍ଜିତ ପାତ୍ର, ଏଲ୍.ଗଣେଶ ଦାସ, ଗୁରୁନାଥ ପାଣିଗ୍ରାହୀ, ପ୍ରକାଶ ପାଢ଼ୀ, ଗଜେନ୍ଦ୍ର ସ୍ୱାଇଁ, କେ.ମୋହନ ରେଡ୍ଡୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO