ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରରେ ସଂଖ୍ୟାଧିକ ଔଷଧ ଦୋକାନରେ ଫାର୍ମାଶିଷ୍ଟ ନଥାଇ ବେଆଇନ୍ ଭାବେ ଔଷଧ ବିକ୍ରି ଓ ଛତୁ ଫୁଟିବା ଭଳି ନୂତନ ଔଷଧ ଦୋକାନ ଖୋଲିବାକୁ ଡ୍ରଗ୍ସ ଲାଇସେନ୍ସ ଦେବା ଓ ବେଆଇନ୍ ଭାବେ ଡିସ୍କାଉଣ୍ଟ ନାମରେ ନିମ୍ନମାନର ଭେଜାଲ ଔଷଧ ବିକ୍ରି ହେଉଥିବା ଘଟଣାକୁ ନେଇ ଦକ୍ଷିଣ ଓଡ଼ିଶା ଫାର୍ମାଶିଷ୍ଟ ସଂଘ ତରଫରୁ ନିନ୍ଦା କରାଯାଇଛି । ସଂଘର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ସାଧାରଣ ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା, ସଂଯୋଜକ ଏସ୍.ନାଗେଶ୍ୱର ପୃଷ୍ଟି, ପଦ୍ମଚରଣ ପଣ୍ଡା, ଶିଶିର କୁମାର ଦାସ, କୃଷ୍ଣଚନ୍ଦ୍ର ପାଢ଼ୀ, କୃଷ୍ଣଚନ୍ଦ୍ର ପଣ୍ଡା, ସୁଧିପ ସାହୁଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତରହି ଏହାକୁ ବିରୋଧ କରିଥିଲେ । ମହାନଗରରେ ଅଧିକ ଔଷଧ ଦୋକାନ ଖୋଲିଥିଲେ ମଧ୍ୟ ସେଠାରେ ଫାର୍ମାଶିଷ୍ଟ ନିଯୁକ୍ତି ନକରି ବେଆଇନ୍ ଭାବେ ଔଷଧ ବିତରଣ କରୁଥିବା ସେମାନେ ଅଭିଯୋଗ କରିବା ସହ ସ୍ଥାନୀୟ ଡ୍ରଗ୍ସ ନିୟନ୍ତ୍ରଣ ବିଭାଗକୁ ହତାରକରି କିଛି ବ୍ୟବସାୟୀ ଭେଜାଲ ଔଷଧ ବିକ୍ରି କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ପଦକ୍ଷେପ ନେବାକୁ ଦକ୍ଷିଣ ଓଡ଼ିଶା ଫାର୍ମାଶିଷ୍ଟ ସଂଘ(ସୋପା) ତରଫରୁ ଅନୁରୋଧ କରାଯାଇଛି ।
Related Stories
November 23, 2024