Related Stories
November 23, 2024
ବ୍ରହ୍ମପୁର: କରୋନା ମହାମାରୀ ଗତ ୫/୬ ମାସ ମଧ୍ୟରେ ରାଜ୍ୟର ଅନେକ ପରିବାରର ମୁଖ୍ୟଙ୍କୁ ଆରପାରିକୁ ନେଇଯାଇଛି । ଏହି ବିଷମ ସମୟରେ ଅନେକ କରୋନା ଯୋଦ୍ଧା ସେମାନଙ୍କ ଦାୟିତ୍ୱ ନିର୍ବାହ କରି ଲୋକଙ୍କ ନିକଟତର ହେବା ସହ ନିଜ ଜୀବନ ବଳିଦାନ ଦେଇଛନ୍ତି । ଏପରି ପରିସ୍ଥିତିରେ କରୋନାର ଭୟାବହତା ଏବଂ ପ୍ରଶାସନର କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ବିଶେଷ ସୂଚନା ଯୋଗାଇବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାମ୍ବାଦିକମାନେ କରିଛନ୍ତି । ଏହି କାର୍ଯ୍ୟ କରିବା ବେଳେ ଆମ ରାଜ୍ୟର ଅନେକ ସାମ୍ବାଦିକ ନିଜର ଜୀବନକୁ ସମାଜ ପାଇଁ ଉତ୍ସର୍ଗ କରିବା ସହ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତେଣୁ ଆଜି ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର ଛକଠାରେ ଥିବା ଗାନ୍ଧୀ ମୁର୍ତ୍ତି ନିକଟରେ ସେମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୁଇ ଦିନ ପୂର୍ବେ କରୋନା ଯୁଦ୍ଧରେ ପ୍ରାଣ ହରାଇଥିବା ପ୍ରମେୟ ଖବର କାଗଜ କନ୍ଧମାଳ ଜିଲ୍ଲା ପ୍ରତିନିଧି ତାରିଣୀ ପାଢୀଙ୍କ ସମେତ ପୂର୍ବରୁ ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲ୍ଲାର ୨ ସାମ୍ବାଦିକ ପ୍ରୀୟଦର୍ଶୀ ପଟ୍ଟନାୟକ ଏବଂ ତାଙ୍କ ବଡ ଭାଇ ନିଳୟ ରଞ୍ଜନ ପଟ୍ଟନାୟକ, ଗଜପତି ଜିଲ୍ଲାର ଇନାଡୁ ସାମ୍ବାଦିକ ସିଏଚ. ରତ୍ମମ୍ଙ୍କୁ ବ୍ରହ୍ମପୁର ପ୍ରେସ୍ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସମସ୍ତ ସାମ୍ବାଦିକ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବ୍ରହ୍ମପୁର ପ୍ରେସ୍ କ୍ଲବର ବରିଷ୍ଠ ସଦସ୍ୟ ଜଗନମୋହନ ମହାପାତ୍ରଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅମ୍ବିକା ଦାଶ, ଚିରଞ୍ଜିତ ରାଜଗୁରୁ, ଶିବରାମ ଚୌଧୁରୀ, ନାରାୟଣ ମହାଙ୍କୁଡ, ନାଗେଶ୍ୱର ପୃଷ୍ଟି, ରବି ମହାରଣା, ଲକ୍ଷ୍ମୀ ବେଜ୍, ପ୍ରଶାନ୍ତ ଦାଶ, ଅଶୋକ ବ୍ରହ୍ମା, ମୃତ୍ୟୁଞ୍ଜୟ ସାହୁ, ସମୀର ଆଚାର୍ଯ୍ୟ, ମାନସ ବିଷୋୟୀ, କୈଳାଶ ବେହେରା, ପ୍ରହଲ୍ଲାଦ ସାହୁ, ସୁଦୀପ ସାହୁ, ସୁରଜିତ ପଣ୍ଡା, ଗୋପାଳ ପଟ୍ଟନାୟକ, ପିତାମ୍ବର ନାହାକ, ନିର୍ମଳ ସାହୁ, ସନ୍ୟାସୀ ଗୌଡ, ଅସିତ ପଣ୍ଡା, ଆଶିର୍ବାଦ ରାଉତ, ଦିନେଶ ପଟ୍ଟନାୟକ, ଅଭିଜିତ କର, ଚିକୁ ପ୍ରତିନିଧି, ଅମର କୁମାର ଦାଶ, ଗୋପାଳ ରେଡ୍ଡୀ, ସୁବ୍ରମନ୍ୟମ୍ ସ୍ୱାମୀ, ଲିକୁ ଡାକୁଆ, କପିଳ ପାଢୀ, ଫିନୋଜ ପ୍ରଧାନ, ପ୍ରଶାନ୍ତ ଜେନା, ଶିବ ପଣ୍ଡା, ଆଲୋକ ବେହେରା, କାଳି ପ୍ରସାଦ ରଥ, ରୂପକ ମହାନ୍ତି, ପିଣ୍ଟୁ ବେହେରା, ସମୀର ରଥଙ୍କ ସମେତ ସ୍ୱାଧୀନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କରୋନା ସମୟରେ ଉପରୋକ୍ତ ସାମ୍ବାଦିକଙ୍କ କର୍ତ୍ତବ୍ୟ ନିଷ୍ଠା ସମ୍ପର୍କରେ ସାମ୍ବାଦିକମାନେ ମତ ପ୍ରକାଶ କରିଥିଲେ । କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମଧ୍ୟ କନ୍ଧମାଳ ଜିଲ୍ଲା ପ୍ରତିନିଧି ତାରିଣୀ ପାଢୀ ଶେଷ ପର୍ଯ୍ୟନ୍ତ ଖବର ଦେବାରେ ସକ୍ରିୟ ଥିଲେ । ସାମ୍ବାଦିକଙ୍କ ଏହି ମନୋବୃତ୍ତି ଏବେ ସମସ୍ତଙ୍କ ପାଇଁ ଆଦର୍ଶ ହୋଇଛି ବୋଲି ବରିଷ୍ଠ ସାମ୍ବାଦିକମାନେ କହିଛନ୍ତି ।