ଗଣ ଦୁଷ୍କର୍ମ କରାଯାଇ ପ୍ରଥମେ ଜେ.ଏନ୍, ମେଡ଼ିକାଲ କଲେଜ, ଆଲିଗଡ଼ରେ ପରେ ଅତ୍ୟନ୍ତ ସଂବେଦନ ଶୀଳ ହେବାରୁ ସୋମବାର ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥଲା । ଶେଷରେ ଗତକାଲି ପ୍ରାଣ ହରାଇଥିଲା । ଶେଷରେ ଗତକାଲି ରାତି ଘ. ୨.୩୦ ମିନିଟ୍ ସମୟରେ ଉତ୍ତରପ୍ରଦେଶ ପୋଲିସ୍ ପୀଡ଼ିତାର ଶବ ଜବରଦସ୍ତ ପୋଡ଼ି ଦେଇଥିଲା । ଯାହା ପରବର୍ତ୍ତୀ ସମୟରେ ଅପରାଧି ମାନଙ୍କୁ ସୁରକ୍ଷା ଦେବାପାଇଁ କରାଯାଇଛି ବୋଲି ସ୍ପଷ୍ଟ ଜଣାପଡୁଛି । ଯୋଗି ଆଦିତ୍ୟନାଥ ନୈତିକତା ଦୃଷ୍ଟିରୁ କୌଣସି ଅଧିକାର ନାହିଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ପାଇଁ ତେଣୁ ପୁରୀଜିଲ୍ଲା ଯୁବକଂଗ୍ରେସ ତୁରନ୍ତ ମୁଖ୍ୟମନ୍ତ୍ରୀ ଯୋଗିଙ୍କ ଇସ୍ତଫା ଦାବୀ କରୁଛି । ପ୍ରକାଶ ଥାଉକି ଗତ ୨୦୧୭ ମସିହାରେ ଉତ୍ତରପ୍ରଦେଶର ଉନ୍ନାଓରେ ୧୭ ବର୍ଷ ନାବାଳିକା ଗଣ ଦୁଷ୍କର୍ମ କରିଥିବା ବିଜେପି ନେତା କୁଲଦିପ୍ ସିଂ ସେଟ୍ଟରଙ୍କୁ ଓ ପରେ ଜାମ୍ମୁ କାଶ୍ମୀର କାଠୁଆ ଏକ ମନ୍ଦିର ମଧ୍ୟରେ ଆଠ ବର୍ଷର ଝିଅକୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅପରାଧିଙ୍କ ସପକ୍ଷରେ ବିଜେପିର ପୂର୍ବତନ ଦୁଇ ମନ୍ତ୍ରୀ ରାଲି କାଢ଼ିଥିଲେ । ଯାହା ସମଗ୍ର ଭାରତ ବର୍ଷରେ ନିନ୍ଦିତ ହୋଇଥିଲା ।ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କଥା କହିବା ବେଟି ବଚାଅ ବେଟି ପଢ଼ାଅ ନାରାର ପ୍ରକୃତ ଚିତ୍ର ଆଜି ଭାରତ ବର୍ଷରେ କାହାକୁ ଅଛପା ନାହିଁ ।ପୁରୀଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ସଭାପତି ସ୍ୱାଧୀନ କୁମାର ପଣ୍ଡାଙ୍କ ନେତୃତ୍ୱରେ ଉପସ୍ଥିତ ସଦସ୍ୟ ପ୍ରେମଜୀତ ମହାନ୍ତି, ଅଶୋକ କୁମାର ସାହୁ, ବିଶ୍ୱରଞ୍ଜନ ମହାପାତ୍ର, ଅଜୟ କୁମାର ପାଢ଼ୀ, ମହେଶ୍ୱର, ବୈଦ୍ୟନାଥ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |
Related Stories
November 23, 2024