
ଜଗନ୍ନାଥପ୍ରସାଦ– ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ପଞ୍ଚାୟତ ର ସିଙ୍ଗିପୁର ଗ୍ରାମ ରେ ଘଟିଯାଇଛି ଏକ ଅଭାବ ନିୟ ଘଟଣା l ଗ୍ରାମରେ ଜଣେ ବ୍ୟକ୍ତି ଅଂଚଳ ଦେଇ ଯାଇଥିବା ବୋଡା ନଦୀରେ ମରି ଭାସୁଥିବା ଗ୍ରାମର ଲୋକେ ଦେଖିଥିଲେ l ଏ ନେଇ 26 ତାରିଖ ଅଂଚଳ ସରପଞ୍ଚ ବିଚିତ୍ର ନାୟକ କୁ ଜଣାଇ ଥିଲେ l ମୃତ ବ୍ୟକ୍ତି ପୁର୍ଣ ଚନ୍ଦ୍ର ବେହେରା( 50) ଖେତମୁଣ୍ଡଳୀ ପଂଚାୟତ ର ସାଲୁଆ ପଲ୍ଲୀ ଗ୍ରାମର ବୋଲି ଚିହ୍ନ ଟ ହୋଇଥିଲା l କିଛି ଦିନ ହେଲା ସେ ଆଶି କାଦୁଆ ପଂଚାୟତ ସିଂଗିପୁର ଗ୍ରାମର ସଡୁ ସଂଜୁ ନାଇକ ଙ୍କ ଘରେ ରହୁଥିଲେ l ପାଣି ରେ ବୁଡି ମୃତ ପୁର୍ଣ ଭାସୁଥିବା ନେଇ ସରପଞ୍ଚ ଙ୍କୁ ଗ୍ରାମର ଲୋକେ କହିଥିଲେ ଓ ଏନେଇ ସହଯୋଗ ମାଗିଥିଲେ l କିନ୍ତୁ ବିଡମ୍ବନାର ବିଷୟ ସରପଞ୍ଚ ଙ୍କ ମନମୁତାଣିଆ ବିଭାଗୀୟ ପ୍ରଶାସନ କୁ ନ ଜଣାଇ ବଦଳରେ ଉକ୍ତ ନଦୀ ପାଖ ଅଂଚଳ ରେ ଖୋଳି ପୋତି ବାରେ ସହଯୋଗ କରିଥିଲେ ସରପଞ୍ଚ ବିଚିତ୍ର ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଯାହା ସରପଞ୍ଚ ବିଚିତ୍ର ପୋଲିସ ପ୍ରଶାସନ କୁ ଜଣାଇବା ପରିବର୍ତ୍ତେ କେଉଁ କାରଣ ରୁ ତରବରିଆ ଭାବେ ପୁର୍ଣ କୁ ମାଟି ତଳେ ପୋତି ଦିଆଗଲା ସେନେଇ ସାଧାରଣ ରେ ପ୍ରଶ୍ନ ଉଠିଛି l ପ୍ରକୃତ ରେ ଯଦି ବୋଡ଼l ନଦୀ ପାଣି ରେ ବୁଡି ମୃତ ସେ ନେଇ ବିଭାଗୀୟ ତହସିଲ ପାଖରେ ମଧ୍ୟ୍ୟ ସୂଚନା ଦେବାକୁ ଉଚିତ ମନେ କରିନଥିଲେ l ଏ ନେଇ ପରିବାର ଲୋକେ କହିବା କଥା ଗତ ୨ ୫ ରିଖ ଦିନ ସକାଳ ୯ ଟା ବେଳେ ମୃତକ ପୂର୍ଣ୍ଣ( 48) ଗାଧୋଇବାପାଇଁ ବୋଡା ନଦୀକୁଯାଇ ଫେରି ନଥିଲେ। ବିଳମ୍ବ ହେବାରୁ ତାଙ୍କ ସଢ଼ୁ ସଞ୍ଜୁ ନାଇକ ଖୋଜିବା ପାଇଁ ନଦୀକୁ ଯାଇ ଦେଖିଲେ ନଦୀ କୂଳରେ ତାଙ୍କର ଲୁଗା ଓ ବାଡି ଥୁଆ ହୋଇଥିବା ନଦୀରେ ବୁଡି ମରିଥିବା ଅନୁମାନ କରି ଏହା ଗ୍ରାମରେ ଆସି ଜଣାଇ ଥିଲେ। ପରଦିନ ସରପଞ୍ଚ ଙ୍କୁ ଜଣାଇବାପରେ ନଦୀରେ ଆନକାଟ ଟେକି ପାଣି ଖୋଲିବାପରେ କିଛି ଦୂରରେ ଏକ ଲଟାବୁଦା ଭିତରୁ ପୂର୍ଣ୍ଣର ଶବ ମିଳି ଥିଲା।ପୂର୍ଣ୍ଣ ଙ୍କର ସ୍ତ୍ରୀ ଆଗରୁ ଲା ପତା ଥିବାବେଳେ ତାଙ୍କର ଗୋଟିଏ ୧o ବର୍ଷର ପୁଅ ଅରୁଣ ବେହେରା କୁ ମଧ୍ୟ ଯୋଗାଯୋଗ କରିବାକୁ ଚେଷ୍ଟା କରିନଥିଲା ସରପଞ୍ଚ l ଆହୁରି ଉକ୍ତ କାର୍ଯ୍ୟ ରେ ସହଯୋଗ କରିଥିବା ବ୍ୟକ୍ତି ଙ୍କୁ 2500 ଟଙ୍କା ଦେଇଥିଲେ l ଏନେଇ ପୋଲିସ ଥାନା ଅଧିକାରୀ ଭାଗିରଥି ନାୟକ ଅବଗତ ନଥିବା କହିଥିଲେ l
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO